Saturday, October 10, 2026
Home ଜାତୀୟ ଗଣପର୍ବ ରଜ ନିଆରା ଢଙ୍ଗରେ ପାଳନ କଲେ ସ୍ପ୍ରେଡ଼ ହାପିନେସ ଫାଉଡେଶନର ସଦସ୍ୟ

ଗଣପର୍ବ ରଜ ନିଆରା ଢଙ୍ଗରେ ପାଳନ କଲେ ସ୍ପ୍ରେଡ଼ ହାପିନେସ ଫାଉଡେଶନର ସଦସ୍ୟ

48

ମହାରାଷ୍ଟ୍ର ,ପୁନେ ୧୪/୦୬ (ଜିଲ୍ଲା ଖବର) : ଓଡ଼ିଶାର ଗଣ ପର୍ବ ରଜରେ ପୁନେରେ ନିଆଁରା ରୂପେ ରଜ ପାଳିଲେ ପ୍ରବାସୀ ଓଡ଼ିଆଙ୍କ ସ୍ୱଛାସେବୀ ଅନୁଷ୍ଠାନ ସ୍ପ୍ରେଡ଼ ହାପିନେସ ଫାଉଡେଶନର ସଦସ୍ୟ।ସମଗ୍ର ଭାରତରେ କ୍ଷୀପ୍ର ଗତିରେ ମହାମାରୀ COVD19 କରୋନା ସଂକ୍ରମଣ ବଢୁ ଥିବା ବେଳେ ମହାରାଷ୍ଟ୍ର ରାଜ୍ୟ ଭାରତରେ ସଂକ୍ରମଣରେ ଅନ୍ୟତମ।ସମଗ୍ର ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ଲକ୍ଷ୍ୟ ୧୦ ହଜାରେ ଥିଲା ବେଳେ ମହାରାଷ୍ଟ୍ର ରାଜ୍ୟରେ ୧ଲକ୍ଷ୍ୟ ୫ ହଜାର ରୁ ଉର୍ଦ୍ଧ୍ଵ ଆକ୍ରାନ୍ତ ହୋଇଛନ୍ତି।ଏହି ଭଳି ଘଡିସନ୍ଧି ମୁହୂର୍ତ୍ତରେ ସ୍ପ୍ରେଡ଼ ହାପିନେସ ଫାଉଡେଶନର ସଦସ୍ୟ ମାନେ ପୁନେ ସହରର ବିଭିନ୍ନ ଅଞ୍ଚଳରେ ଜନ ସଚେତନତା କାର୍ଯ୍ୟକ୍ରମ ଜରିଆରେ ଲୋକଙ୍କୁ ସଚେତନ କରିବା ସହିତ କରୋନା ମହାମାରୀକୁ ସାମାଜିକ ଦୈନଦୀନ କର୍ମରତ ସ୍ତରରେ ନିଜକୁ କିଭଳି ସୁରକ୍ଷିତ ରଖିବେ ସଚେତନ କରାଇବା ସହିତ ଆୟୁଷ ମନ୍ତ୍ରାଳୟ ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବଢାଇବା ପାଇଁ ଭାରତ ସରକାରଙ୍କ ମାନ୍ୟ ଆରଶିନ୩୦ ଔଷଦ ବଣ୍ଟନ କରାଯାଇଥିଲା।ଗତ କାଲି ପୁନେର ଚାକନ ଅଞ୍ଚଳର ଦୁଇଟି ସ୍ଥାନ ଚିମିଳି ଫାଟା ଓ ଦେହୁ ଅଞ୍ଚଳରେ ଜନସଚେତନତା କାର୍ଯ୍ୟକ୍ରମରେ ସ୍ପ୍ରେଡ଼ ହାପିନେସ ଫାଉଡେଶନ ତରଫରୁ ସଂଯୋଜକ ସୌମ୍ୟ ରଞ୍ଜନ ମହାପାତ୍ର,ଜନ୍ମେଜୟ ବିଶ୍ୱାଳ,ଆନନ୍ଦ ମହାପାତ୍ର,ସତ୍ୟ,ନଗେନ୍ଦ୍ର ଖଟୁଆ,ଅଞ୍ଜୁ ପ୍ରମୁଖ ଲୋକମାନଙ୍କୁ ଅବଗତ କରିବା ସହିତ ଆରସିନ ୩୦ ଔଷଧ ବିତରଣ କରିଥିଲେ,