ପୁଣି ଅସହାୟ କାଳରେ ପ୍ରଧାନ ମନ୍ତ୍ରୀ ଆବାସ ଓ ବିଜୁ ପକ୍କାଘର ଯୋଜନାରୁ ବଞ୍ଚିତ

147

କଟକ ୧୪/୬ (ଜିଲ୍ଲା ଖବର) : ଏହିପରି ଦୁଃଖଦ ଘଟଣା ଦେଖିବାକୁ ମିଳୁଛି କଟକ ଜିଲ୍ଲା ନରସିଂହ ପୁର ବ୍ଲକ୍ ଅନ୍ତର୍ଗତ କାଠଖୁଣ୍ଟା ଗ୍ରାମ ପଞ୍ଚାୟତ ର ବାଲିଡିହ ଗ୍ରାମରେ , ସେହି ଗ୍ରାମର ରହୁଥିବା ସୁମିତ୍ରା ଦଳେଇ ଙ୍କୁ(୫୬) ବର୍ଷ , ସ୍ବାମୀ : ଅନ୍ତରଜ୍ୟାମିି ଦଳେଇ (୭୨) ବର୍ଷ , ହୋଇଥିଲେ ମଧ୍ୟ ତାଙ୍କର କୌଣସି ସନ୍ତାନ ନ ଥିଲେ ଅନ୍ତଯ୍ୟାମି ନିଜ ପେଟ ପାଇଁ ହୋଟେଲ୍ ରେ କଂସା ମାଜି ନିଜ ପେଟ ପୋଶୁଥିଲେ l ଏହି ବୟସରେ ଅସହାୟ ବୁଢ଼ାବୁଢ଼ୀଙ୍କୁ ଖଣ୍ଡିଏ ବାସଗୃହ ନପାଇ ପର ଦ୍ୱାରେ ମୁଣ୍ଡ ଗେଞ୍ଜୀ ରହୁଛନ୍ତି , ବ୍ଲକରେ ଘର ପାଇଁ ଆବେଦନ କରିଥିଲେ ମଧ୍ୟ ଘର ଖଣ୍ଡେ ମିଳୁ ନାହିଁ , ଏହିପରି ଦୁଃଖଦ ବୁଢ଼ାବୁଢ଼ୀ ଙ୍କ ର କଥା କଣ ପ୍ରଶାସନ ନିକଟରେ ପହଁଚି ପାରୁନାହିଁ କି ସ୍ଥାନୀୟ ଜନପ୍ରତିନିଧି ଙ୍କ ନଜରକୁ ଆସୁନାହିଁ , ସେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି