Monday, October 12, 2026
Home ଆଞ୍ଚଳିକ ବାଲିଗୁଡାରେ ସାମାଜିକ ଦୂରତ୍ୱକୁ ନ ମାନି ବିବାହ ଭୋଜିରେ ଏକାଠି ହେଲେ...

ବାଲିଗୁଡାରେ ସାମାଜିକ ଦୂରତ୍ୱକୁ ନ ମାନି ବିବାହ ଭୋଜିରେ ଏକାଠି ହେଲେ ସଂଖ୍ୟାଧିକ ଲୋକ

103

ବାଲିଗୁଡ଼ା ୧୪/୦୬ (ଜିଲ୍ଲା ଖବର) ସାରା ବିଶ୍ୱରେ ମହାମାରୀ କରୋନା କାୟାବିସ୍ତାର କରିଥିବା ବେଳେ ଦିନକୁ ଦିନ ମୃତ ଓ ଆକ୍ରାନ୍ତଙ୍କ ସଂଖ୍ୟା ଓଡିଶା ତଥା କନ୍ଧମାଳ ଜ଼ିଲ୍ଲାରେ ମଧ୍ୟ ବୃଦ୍ଧି ପାଇଛି l ପୋଲିସ ପ୍ରଶାସନ ପକ୍ଷରୁ ସଚେତନ ଗୀତ ମାଧ୍ୟମରେ ସଚେତନତା ସତ୍ତ୍ୱେ ଗାଁ ଗାଁ ରେ ଏହାର କୌଣସି ପ୍ରଭାବ ପଡୁନି l ଗ୍ରାମାଞ୍ଚଳମାନଙ୍କ ରେ ସଚେତନତା ଅଭାବରୁ ଲୋକେ କଟକଣାକୁ ନ ମାନି ସାମାଜିକ କାର୍ଯ୍ୟକ୍ରମ ରେ ଯୋଗ ଦେଉଛନ୍ତି ବିବାହ ବ୍ରତ ଓ ଧାର୍ମିକ କାର୍ଯ୍ୟକ୍ରମରେ ଅନୁନ୍ୟ ପଚାଶ ଜଣ ଲୋକ ରହିବା ପାଇଁ ଅନୁମତି ଥିବା ସ୍ଵତ୍ତ୍ୱେ ବାଲିଗୁଡା ଉପଖଣ୍ଡର ବିଭିନ୍ନ ଅଞ୍ଚଳରେ ସାମାଜିକ କାର୍ଯ୍ୟକ୍ରମରେ ବହୁ ଜନ ସମାଗମ ଦେଖିବାକୁ ମିଳିଛି | ସେହିପରି ସାପ୍ତାହିକ ହାଟ ଓ ଦୋକାନ ବଜ଼ାର ଗୁଡିକରେ ବିନା ମାସ୍କରେ ସାମାଜିକ ଦୂରତ୍ୱକୁ ଭୁଲି ଶହ ଶହ ଲୋକ ରୁଣ୍ଡ ହେଉଥିବାର ସ୍ଥାନେ ସ୍ଥାନେ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି , ବାଲିଗୁଡା ଅନ୍ତର୍ଗତ ପୋଇସରୁ ଗାଁରେ ଶନିବାର ଦିନ ଏକ ବିବାହ ଭୋଜି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏଥିରେ ସଂଖ୍ୟା ଧିକ ଲୋକ ବିବାହ ଭୋଜିରେ ରୁଣ୍ଡ ହୋଇଥିବା ବେଳେ ସେମାନେ ମାସ୍କ ପରିଧାନ କରିନଥିଲେ ଓ ସେମାନଙ୍କ ମଧ୍ୟରେ ସାମାଜିକ ଦୂରତ୍ୱ ନ ଥିଲା | ଏହା ଫଳରେ ସାମାଜିକ ଦୂରତ୍ୱ ନ ରହିଲେ କରୋନା ସଂକ୍ରମିତ ସଂକ୍ରମଣ ବଢିବ ବୋଲି ଆଶଙ୍କା କରାଯାଇଛି |
ରିପୋର୍ଟ ସୁକାନ୍ତ କୁମାର ତ୍ରିପାଠୀ ।