Wednesday, October 14, 2026
Home ଆଞ୍ଚଳିକ ଶିକ୍ଷାନିକେତନ ସ୍କୁଲରେ ରକ୍ତ ଦାନ ଶିବିର

ଶିକ୍ଷାନିକେତନ ସ୍କୁଲରେ ରକ୍ତ ଦାନ ଶିବିର

82

ବାଲିଗୁଡା ୧୪/୦୬ (ଜିଲ୍ଲା ଖବର) : ବାଲିଗୁଡ଼ା ଶିକ୍ଷାନିକେତନ ସ୍କୁଲରେ ଆଜି ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି | ମୁଖ୍ୟ ଅତିଥି ଭାବେ ବାଲିଗୁଡା ବିଧାୟକ ଚକ୍ର ମଣି କାହ୍ନର , NAC ଅଧକ୍ଷ ଲୋକନାଥ ପାଢ଼ୀ, IIC ପ୍ରଶାନ୍ତ କୁମାର ବେହେରା ପ୍ରଭୁତି ଏହି ଶିବିର ରେ ଯୋଗଦାନ କରିଥିଲେ | ଏଥିରେ ବାଲିଗୁଡା ବ୍ଲଡ଼ ବ୍ୟାଙ୍କ ଡାକ୍ତର କେଦାର ନାଥ ପାଢ଼ୀ, ଚିତ ରଞ୍ଜନ ନାୟକ,ଷ୍ଟାଫ ନର୍ସ, ଡାଟା ଅପରେଟେର ଙ୍କ ସହ ଯୋଗରେ 25 ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା | ଶିକ୍ଷା ନିକେତନ ର ପ୍ରତିଷ୍ଠାତା ରାଜ କିଶୋର ପାଢ଼ୀ ଓ ସ୍କୁଲର କର୍ମଚାରୀ ଙ୍କ ଉପସ୍ଥିତି ରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇ ହୋଇଥିଲା | ଏଭଳି ପ୍ରୟାଶ ଆଗକୁ ଜାରି ରହିବ ବୋଲି ଶିକ୍ଷା ନିକେତନ ର ପ୍ରତିଷ୍ଠାତା ରାଜ କିଶୋର ପାଢ଼ୀ ଙ୍କ ମୁହଁରେ ଶୁଣିବାକୁ ମିଳିଥିଲା |

ରିପୋର୍ଟ ସୁକାନ୍ତ କୁମାର ତ୍ରିପାଠୀ ।