Wednesday, October 14, 2026
Home ଆଞ୍ଚଳିକ କନ୍ଧମାଳ ଜିଲ୍ଲାରେ ଗତକାଲି ପୁଣି ୨୨ ଜଣ କରୋନା ପଜିଟିଭ୍ ଚିହ୍ନଟ

କନ୍ଧମାଳ ଜିଲ୍ଲାରେ ଗତକାଲି ପୁଣି ୨୨ ଜଣ କରୋନା ପଜିଟିଭ୍ ଚିହ୍ନଟ

62

ବାଲିଗୁଡ଼ା ୧୪/୦୬ (ଜିଲ୍ଲା ଖବର) : କନ୍ଧମାଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୮ ରେ ପହଞ୍ଚିଛି। ଗତକାଲି ଯେଉଁ ୨୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ସେମାନ ବିଭିନ୍ନ ରାଜ୍ୟରୁ ଫେରିଥିବା ବେଳେ ସେମାନଙ୍କର ବୟସ ୧୮ ବର୍ଷ ଠାରୁ ୫୯ ବର୍ଷ ଭିତରେ ଥିବାର ଜଣାଯାଇଛି | ସେମାନଙ୍କୁ ଅସ୍ଥାୟୀ ସଙ୍ଗରୋଧ କେନ୍ଦ୍ର ଓ କୋଭିଡହସ୍ପିଟାଲ ଫୁଲବାଣୀରେ ରଖାଯାଇଥିଲା। ଅନ୍ୟ ଚାରି ଜଣ କୋଭିଡ଼ ଯୋଦ୍ଧା ବୋଲି ଜଣାପଡିଛି | ଏମାନେ ସମସ୍ତେ ଘୁ. ଉଦୟଗିରି ଅସ୍ଥାୟୀ ସ୍ୱାସ୍ତ୍ୟ କେନ୍ଦ୍ରରେ କାର୍ଯ୍ୟରତ ଥିଲେ | ସେମାନଙ୍କଠାରୁ ସ୍ୱାବ୍‌ ସଂଗ୍ରହ କରାଯାଇଥିବା ବେଳେ ଗତକାଲି ତାଙ୍କ ରିପୋର୍ଟ ପଜିଟିଭ ଆସିଛି। ଏମାନଙ୍କ ଭିତରେ ୨୧ଜଣ ପୁରୁଷ ଥିଲା ବେଳେ ଜଣେ ସ୍ତ୍ରୀ ଲୋକ ଅଛନ୍ତି | ଜିଲ୍ଲାରୁ ୨୫ ଜଣ ସୁସ୍ଥ ହୋଇ ଫେରିଥିବା ବେଳେ ବର୍ତ୍ତମାନ ଜିଲ୍ଲାର ୬୩ ଜଣ ଚିକିତ୍ସାଧୀନ ଅଛନ୍ତି। ଏହା ଭାରପ୍ରାପ୍ତ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କନ୍ଧମାଳ ଫୁଲବାଣୀ ପ୍ରେସ ଇଷ୍ଟାହାର ୧୪/୦୬ ତାରିଖରେ ପ୍ରକାଶ ପାଇଛି |
ରିପୋର୍ଟ ସୁକାନ୍ତ କୁମାର ତ୍ରିପାଠୀ ।