
ଗଜପତି, (ପ୍ରଭତ କୁମାର ପାତ୍ର) : ପାରଳାଖେମୁଣ୍ଡି ସ୍ଥିତ ମହିଳା ମହାବିଦ୍ୟାଳୟ ସଭା-ଗୃହ ଠାରେ କେନ୍ଦ୍ର ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡ଼ା ବିକାଶ ମନ୍ତ୍ରଣାଳୟ ଆନୁକୂଲ୍ୟରେ ଗଜପତି ଜିଲ୍ଲା ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ଆନ୍ତର୍ଜାତୀୟ ସାକ୍ଷରତା ଦିବସ -୨୦୧୯ ପାଳିତ ହୋଇଯାଇଛି ।
ଏହି ଅବସରରେ ଜିଲ୍ଲାର ଗ୍ରାମାଞ୍ଚଳରେ ମୁଖ୍ୟତଃ ମହିଳା ସାକ୍ଷରତା ହାର କିଭଳି ବୃଦ୍ଧି ପାଇବ , ସେ ସମ୍ପର୍କୀତ ଏକ ବ୍ଲକ ସ୍ତରୀୟ ଅଞ୍ଚଳର ଯୁବ ସଂସଦୀୟ କାର୍ୟ୍ଯକ୍ରମ ଅନୁଷ୍ଠିତ ହୋଇଥିଲା ।
ଏଥିରେ କେନ୍ଦ୍ରର ଜିଲ୍ଲା ସଂଯୋଜକ ବିଜୟ କୁମାର ମହାପାତ୍ର ଏବଂ ପୌଢ଼-ସାକ୍ଷରତା ପ୍ରକଳ୍ପ କାର୍ଯ୍ୟକ୍ରମର ପୂର୍ବତନ ନିର୍ଦ୍ଦେଶକ ଭାଗବତ ପାଢ଼ୀ ଯୋଗଦେଇ କାର୍ଯ୍ୟକ୍ରମର ପ୍ରାରମ୍ଭିକ ସୁଚନା ଦେଇ ଥିଲେ । ଜିଲ୍ଲାରେ ମୁଖ୍ୟତଃ ସାକ୍ଷର ହେବାର ସୁଯୋଗ ପାଉ ନ ଥିବା ନିରକ୍ଷର ମହିଳା ମାନଙ୍କୁ ପୁଣି ଥରେ ସାକ୍ଷର ହେବାର ସୁଯୋଗ ଦେଇ ମହିଳା ସାକ୍ଷରତା ହାର ବଢାଇବା ଏହାର ଲକ୍ଷ୍ୟ ବୋଲି କହିଥିଲେ ।
କାର୍ୟ୍ଯକ୍ରମ’ରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅନିତା ରାଣୀ ବେହେରା ଯୋଗଦେଇ ମହିଳା ମାନେ ସାକ୍ଷର ହେଲେହିଁ ନିଜ ପିଲାମାନେ ଓ ପରିବାର ଶିକ୍ଷିତ ହୋଇପାରିବେ ।ଏହାଦ୍ୱାରା ଘର ପରିବାରର ଉନ୍ନତି ହେବା ସହ ନିଜ ଅଞ୍ଚଳ ଓ ଜିଲ୍ଲାର ଉନ୍ନତି ଦିଗରେ ବେଶ ସହାୟକ ହୋଇପାରିବେ , ତେଣୁ ସମସ୍ତେ ଯେଭଳି ସାକ୍ଷର ହେବେ , ଅଶିକ୍ଷିତ କେହି ରହିବେ ନାହି , ସେଥିପାଈଁ ଗ୍ରାମାଞ୍ଚଳ ସ୍ତରରେ ପ୍ରୟାସ ହେବା ଆବଶ୍ୟକ ବୋଲି କହିଥିଲେ ।
ଏହି କାର୍ୟ୍ଯକ୍ରମରେ ଜିଲ୍ଲା ସମାଜ ମଙ୍ଗଳ ବିଭାଗୀୟ କାର୍ୟ୍ଯକ୍ରମ ଅଧିକାରୀ ଯଶୋବନ୍ତି ବେହେରା , ପୋଲିସ ବିଭାଗ “ସି” ଟିମ’ର ସବ-ଇନିସପେକ୍ଟର୍ ଅହଲ୍ୟା ମହାରଣା , ଓଡିଶା ଜୀବିକା ମିଶନ’ର ଜିଲ୍ଲା ପ୍ରକଳ୍ପ ମେନେଜର ପ୍ରିୟମ୍ବଦ ପ୍ରିସକିଲୀ, ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷା ଡ଼ଃ ଅରୁଣା କୁମାରୀ ସାମଲ ଏବଂ ଜିଲ୍ଲା ଜରୁରୀ କାଳୀନ ବିଭାଗ ଡେପୁଟି କଲେକ୍ଟର ଡ଼ଃ ସତ୍ୟ ସମ୍ପନ୍ନା ରାଉତ ପ୍ରମୁଖ ମଂଚସିନ ଅତିଥି ଭାବେ ଯୋଗଦେଇ ମହିଳା ମାନଙ୍କ ହିତ ପାଈଁ ସେମାନେ କିଭଳି ସବୁ ବିଭିନ୍ନ ଦିଗରେ କାର୍ଯ୍ୟକ୍ରମ କରୁଛନ୍ତି , ସେ ଦିଗରେ ନିଜ ନିଜର ମତ ରଖିଥିଲେ ।
ଏହି କାର୍ୟ୍ଯକ୍ରମରେ ମୁଖ୍ୟତଃ ସାକ୍ଷରତା-ସଚେତନତା , ସ୍ବାସ୍ଥ୍ୟଗତ ଯତ୍ନ , ପରିଷ୍କାର ଓ ପରିଛନ୍ନତା , ଅଶିକ୍ଷିତା’ର ଅପକାରିତା ଓ ସାକ୍ଷରତା’ର ଉପକାରିତା ,ମହିଳା ସାକ୍ଷରତା ଦିଗରେ ସରକାରଙ୍କ ବିଭିନ୍ନ ଯୋଜନା ଓ ରହିଥିବା ବିଭିନ୍ନ ସାକ୍ଷରତା ଉପରେ ମନ୍ଚାସିନ ଅତିଥି ମାନେ ବୁଝାଇଥିଲେ ।
ଏହି କାର୍ୟ୍ଯକ୍ରମରେ , ଅନ୍ୟ ମାନଙ୍କ ମଧ୍ୟରେ ଜାତୀୟ ସ୍ବାସ୍ଥ୍ୟ ମିଶନ’ର ଜିଲ୍ଲା ସ୍ତରର ପ୍ରଶିକ୍ଷିକା ଶୁଶିଳା ମିଶ୍ର , ଟିଆଇ:-ପ୍ରକଳ୍ପ’ର ପ୍ରୋଗ୍ରାମ ମେନେଜର ପି:ସୁନିତା ଏବଂ ମହିଳା ମହାବିଦ୍ୟାଳୟର ଏନଏସଏସ:- ଅଧିକାରୀ ନିବେଦିତା ପାଢ଼ୀ ପ୍ରମୁଖ ଯୋଗଦେଇ ମହିଳା ସାକ୍ଷରତା’ର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ । ଏହି ଅବସରରେ ଜିଲ୍ଲା ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ପୁର୍ବରୁ ଅନୁଷ୍ଠିତ ହୋଇଥିବା ବକ୍ତୃତା ପ୍ରତିଯୋଗିତାର କୃତି ପ୍ରତିଯୋଗୀ ମାନଙ୍କୁ ମଂଚସିନ ଅତିଥି ମାନେ ପୁରସ୍କାର ଓ ମାନପତ୍ର ବଣ୍ଟନ କରିଥିଲେ ।
ସଭା କାର୍ଯ୍ୟ ପ୍ରାରମ୍ଭରେ ମଂଚସିନ ଅତିଥି ମାନଙ୍କୁ କେନ୍ଦ୍ର ଓ ମହାବିଦ୍ୟାଳୟ ପକ୍ଷରୁ ଗୋଲାପ ଫୁଲ ଫୁଟିଥିବା ଗୋଲାପ ବୃକ୍ଷ ଦେଇ ମଞ୍ଚରେ ସ୍ବାଗତ କରିଥିଲେ ।



