Saturday, November 14, 2026
Home ଆଞ୍ଚଳିକ କ୍ଷତ୍ରୀୟ ବରପୂର ସଂଗରୋଧ କେନ୍ଦ୍ରରୁ ବିଦାୟ ବେଳେ ପ୍ରବାସୀ ଭାବ ବିହ୍ଵଳ .ନିବିଡ ସମ୍ପର୍କ ଭିତରେ...

କ୍ଷତ୍ରୀୟ ବରପୂର ସଂଗରୋଧ କେନ୍ଦ୍ରରୁ ବିଦାୟ ବେଳେ ପ୍ରବାସୀ ଭାବ ବିହ୍ଵଳ .ନିବିଡ ସମ୍ପର୍କ ଭିତରେ ବିତିଗଲା ୧୪ଦିନ

29

ବେଲଗୁଣ୍ଠା,୧୩/୦୬ (ଜିଲ୍ଲା ଖବର) : ଗଂଜାମ ଜିଲ୍ଲାର ବିଭିନ୍ନ ସଂଗରୋଧ କେନ୍ଦ୍ରରୁ ବିଶୃଙ୍ଖଳା ଘଟଣା ସାମନାକୁ ଆସୁଥିବା ବେଳେ ବେଲ୍ଲଗୁଣ୍ଠା ବ୍ଲକ ଅଧୀନ କ୍ଷତ୍ରିୟବରପୁରରେ ଆଜି ଭିନ୍ନ ଚିତ୍ର ଦେଖିବାକୁ ମିଳିଥିଲା .ସଂଗରୋଧ ଅବଧି ସାରି ଘରକୁ ଫେରୁଥିବା ବେଳେ ପ୍ରବାସୀ ଓଡ଼ିଆ ମାନେ ଏଠାକାର 14ଦିନ ରହଣୀ ମଧ୍ୟରେ ଆତିଥ୍ୟରେ ଏତେ ମାତ୍ରାରେ ପ୍ରଭାବିତ ହୋଇ ଥିଲେଜେ ସେମାନେ ବିଦାୟ ବେଳେ ଭାବ ବିହ୍ଵଳ ହୋଇ ଛଳ ଛଳ ଆଖିରେ ବିଦାୟ ନେଉ ଥିବାର ଦେଖିବାକୁ ମିଳିଥିଲା .ଆଉ 14ଦିନ ରହଣୀ ମଧ୍ୟରେ ପାଇଥିବା ଆତିଥ୍ୟ ଓ ଆତ୍ମୀୟତାକୁ କେବେବି ଭୁଲି ପାରିବୁ ନାହିଁ ବୋଲି ପ୍ରକାଶ କରିଥିଲେ । ସରପଂଚ ରାଜେନ୍ଦ୍ର କୁମାର ଗୌଡଙ୍କୁ କୋହ ଭରା କଣ୍ଠରେ ସାଧୁବାଦ ଜଣାଇବା ସହ ପାଦ ଛୁଇଁ ବିଦାୟ ନେଇଥିଲେ .ମୋଟ 463ଜଣ ପ୍ରବାସୀଙ୍କ ମଧ୍ୟରୁ 456ପ୍ରବାସୀ ଘରକୁ ଫେରିଥିଲେ .ଖ୍ଯତ୍ରୀୟ ବରପୂର ପଂଚାୟତ ଅନ୍ତର୍ଗତ ବିଭିନ୍ନ ସଂଗରୋଧ କେନ୍ଦ୍ରରେ ଗତ 30 ଓ 31 ତାରିଖରେ ସୂରଥରୂ ଆସିଥିବା 463 ପ୍ରବାସୀ ଓଡ଼ିଆଙ୍କୁ ଏଠାରେ ରଖାଜାଇଥୀଲା । .ପ୍ରବାସୀ ମାନେ ବେଶ ଶ୍ରୁଙ୍ଖଳିତ ଭାବେ ରହିବା ସାଂଗକୁ ସରପଂଚ ଶ୍ରୀ ଗଉଡ଼ଙ୍କ ସହ ସୌହ।ଢ୍ଯପୁର୍ନ ସମ୍ପର୍କ ସ୍ତାପନ କରିଥିଲେ । .ସମସ୍ତ ସରକାରୀ ନିୟମକୁ ମାନିବା ସହ ସରପଂଚ ଓ ସମସ୍ତ କର୍ମଚାରୀଙ୍କୁ ସହଜୌଗ କରି ଆସୁଥିଲେ .ଆଜି ବିଦାୟ ନେବା ବେଳେ ଏହି ପ୍ରବାସୀ ମାନେ ଭାବ ବିହ୍ଵଳ ହେବା ସହ ସରପଂଚ ଶ୍ରୀ ଗୌଡଙ୍କୁ ଫୁଲହାର ଦେଇ ସମ୍ବର୍ଧିତ କରିଥିଲେ .ସରପଂଚ ମଧ୍ୟ ସେମାନଂକୁ ମିଠା ଖୁଅାଇ ବିଦାୟ ଦେଇଥିଲେ .ସମସ୍ତ ପ୍ରବାସୀ ମାନଙ୍କୁ କରୋନା ବୀରୁଧ୍ହରେ ଲଢେଇ ପାଇଁ ଜଗନ୍ନାଥଙକ ତୈଳ ଚିତ୍ର ସମ୍ମୁଖରେ ଶପଥପାଠ କରାଇଥିଲେ। .ଘରକୁ ଫେରିଲା ପରେ ଘରୋଇ ସଂଗରୋଧରେ ରହିବା କୁ ପରାମର୍ଶ ଦେଇଥିଲେ । ଆଜି ଖ୍ଯତ୍ରୀୟ ବରପୂର ସ୍ତିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟରୁ 161.ବାଳିକା ଉଚ୍ଛ ବିଦ୍ୟାଳୟରୁ 153:ସରକାରୀ ଉଚ୍ଛ ବିଦ୍ୟାଳୟରୁ 102;ପାଲକସଣ୍ଢା ୟୁପି ସ୍କୁଲରୁ 14 ଓ ରାଜୀବ ଗାନ୍ଧୀ ସେବା କେନ୍ଦ୍ରରୁ 26 ଜଣ ବିଦାୟ ନେଇଥିଲେ .ସରପଂଚ ଶ୍ରୀ ଗଉଡ଼ଙ୍କ ସମେତ ନୋଡାଲ ଅଫିସର କେ ଭେଙ୍କେଟ ରାଓ .ମେଡିକାଲ ଅଫିସର ଡାକ୍ତର ସରୋଜ ପ୍ରଧାନ .ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଅଧଖ୍ଯ ସଦାଶିବ ପ୍ରଧାନ .ଉଚ୍ଛ ବିଦ୍ୟାଳୟର ପ୍ରଧାନ ଶିଖ୍ୟକ ଜୟରାମ ବିଶ୍ଵାଳ .ବାଳିକା ବିଦ୍ୟାଳୟର ପ୍ରଧାନ ସିକ୍ଷ୍ଯୟତ୍ରି ଗିତାଂଜଳି ରଥ .ଅବସର ପ୍ରାପ୍ତ crcc ପ୍ରତାପ ଚନ୍ଦ୍ର ଶତପଥୀ .ବେଲଗୁଣ୍ଠା ବିଡିଓ ଶଶୀଭୂଷଣ ମହାପାତ୍ର ଓ ତହସିଲଦାର ସରୋଜ କୁମାର ବେହେରାଙ୍କୁ ସାଧୁବାଦ ଜଣାଇବା ସହ ଛଳ ଛଳ ଆଖିରେ ବିଦାୟ ନେଇଥିଲେ ।
ରିପୋର୍ଟ ଶିବରାମ ଚୌଧୁରୀ