
ବାଲିଗୁଡ଼ା ୧୩/୦୬ (ଜିଲ୍ଲା ଖବର) : ସାରା ଦେଶରେ କରୋନା ମହାମାରୀ ବୃଦ୍ଧି ପାଇଥିଲା ବେଳେ ଓଡିଶାରେ ମଧ୍ୟ ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିପାଇଛି | ଏହି ପରୀପ୍ରେଖି ର ସୁଯୋଗ ନେଇ ଗଞ୍ଜେଇ ମାଫିଆ ମାନେ ସେମାନଙ୍କର ଗଞ୍ଜେଇ କାରବାର ଚାଲୁ ରଖିଛନ୍ତି | ଗତ 11.06.2020 ତାରିଖ ଅପରାହ୍ନ ରେ ବାଲିଗୁଡା ପୋଲିସ କୌଣସି ସୂତ୍ରରୁ ଖବର ପାଇ ବଡ଼ଗାଁ ଛକ ଅଭିମୁଖେ ଯାତ୍ରାକରିଥିଲେ | ବଡ଼ଗାଁ ସେବାଶ୍ରମ ଛକରେ ଗୋଟିଏ କାର ଦେଖିବାକୁ ପାଇଥିଲେ ସେହି କାର ର ନମ୍ବର WB 06 B 7924 ଥିଲା | ପୋଲିସ କୁ ଦେଖୀ ଡ୍ରାଇଭର ଦୌଡ଼ି ପଳାଇ ଯାଇଥିଲା | ପୋଲିସ ଗାଡି ଭିତରେ ୩୭ କେଜି ଗଞ୍ଜେଇ ଥିବାର ଦେଖିବାକୁ ପାଇଲେ | ଉକ୍ତ ଗଞ୍ଜେଇ କୁ ଜବତ କରି କେଶ ନମ୍ବର 114/20 ରେ ମାମଲା ରୁଜୁ କରି ଥିଲେ | ପ୍ରକୁତ ରେ ଗାଡି ମାଲିକ ଓ ଡ୍ରାଇଭର କିଏ ଏହାର ଅନୁସନ୍ଧାନ ଜାରି ରଖିଛି ବାଲିଗୁଡା ପୋଲିସ | ଏହି କେଶ ର ତଦନ୍ତ ଭାର SI ରବୀନ୍ଦ୍ର ମୁଣ୍ଡାରୀ ନେଇଛନ୍ତି ବୋଲି DSP ମନୋଜ କୁମାର ପୂଜାରୀ ପ୍ରକାଶ କରିଛନ୍ତି |
ରିପୋର୍ଟ ସୁକାନ୍ତ କୁମାର ତ୍ରିପାଠୀ ।



