
ପାରଳାଖେମୁଣ୍ଡି,୨୨/୭(ପ୍ରଭାତ କୁମାର ପାତ୍ର): ଗଜପତି ଜିଲ୍ଲା କାଶିନଗର ବ୍ଲକ୍ ସିଆଳି ଠାରେ ରହିଛି ଏକ୧୦୦ ଶଯ୍ୟା ବିଶିଷ୍ଟ ଛାତ୍ରୀ ନିବାସ। ଗୁରୁବାର ଅପରାହ୍ନରେ ଏହାର ବାରଣ୍ଡାରେ କିଛି ଚାଉଳ ବସ୍ତା ପଡିଥିବା ସାମ୍ବାଦିକ ରଶ୍ମୀ ରଂଜନ ମିଶ୍ର ଦେଖି ଖବର ପ୍ରକାଶ କରିଥିଲେ । ଖବର ପ୍ରକାଶ ପାଇବା ପରେ ସେହି ସ୍କୁଲର କେତେକ ଶିକ୍ଷକ ଏବଂ ଅନ୍ୟ କିଛି ଲୋକ ତାଙ୍କୁ ଧମକ ଦେଇଥିବା ଥାନାରେ ଅଭିଯୋଗ ହୋଇଥିଲା । ଏହି ଘଟଣାରେ ଗଜପତି ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ଓ ଏସପିଙ୍କୁ ଭେଟି ଆଲୋଚନା କରିଥିଲେ । ରବିବାର ଏହି ମାମଲାରେ ପୁଲିସ ୩ ଜଣଙ୍କୁ ଗିରଫ କରିଥିଲା । ଉଭୟ ପକ୍ଷ ମଧ୍ୟରେ ଆପୋଷ ସମାଧାନ ହେବା ପରେ ପୁଲିସ ଗିରଫ ବ୍ୟକ୍ତିଙ୍କୁ ବ୍ୟକ୍ତିଗତ ମୁଚାଲିକାରେ ଛାଡ଼ା ଯାଇଥିବା ପାରଳାଖେମୁଣ୍ଡି ଏସଡିପିଓ ଠାକୁର ପ୍ରସାଦ ପାତ୍ର କହିଛନ୍ତି।



