
ଫୁଲବାଣୀ, ୧୩-୦୬(ଜ଼ିଲ୍ଲା ଖବର): କନ୍ଧମାଳ ଜିଲ୍ଲାରେ ପୁଣି ୧୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା କନ୍ଧମାଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୬ ରେ ପହଞ୍ଚିଛି। ଗତକାଲି ଯେଉଁ ୧୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ସେମାନ ବିଭିନ୍ନ ରାଜ୍ୟରୁ ଫେରିଥିବା ବେଳେ ସେମାନଙ୍କର ବୟସ ୨୦ ବର୍ଷ ଠାରୁ ୫୬ ବର୍ଷ ଭିତରେ ଥିବାର ଜଣାଯାଇଛି | ସେମାନଙ୍କୁ ଅସ୍ଥାୟୀ ସଙ୍ଗରୋଧ କେନ୍ଦ୍ର ଓ କୋଭିଡ ହସ୍ପିଟାଲ ଫୁଲବାଣୀ ରେ ରଖାଯାଇଥିଲା। ସେମାନଙ୍କଠାରୁ ସ୍ୱାବ୍ ସଂଗ୍ରହ କରାଯାଇଥିବା ବେଳେ ଗତକାଲି ତାଙ୍କ ରିପୋର୍ଟ ପଜିଟିଭ ଆସିଛି। ଜିଲ୍ଲାରୁ ୨୫ ଜଣ ସୁସ୍ଥ ହୋଇ ଫେରିଥିବା ବେଳେ ବର୍ତ୍ତମାନ ଜିଲ୍ଲାର ୪୧ ଜଣ ଚିକିତ୍ସାଧୀନ ଅଛନ୍ତି। ଏହା ଭାରପ୍ରାପ୍ତ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କନ୍ଧମାଳ ଫୁଲବାଣୀ ପ୍ରେସ ଇଷ୍ଟାହାର ୧୩.୦୬.୨୦୨୦ ତାରିଖରେ ପ୍ରକାଶ ପାଇଛି |
ରିପୋର୍ଟ : ସୁକାନ୍ତ କୁମାର ତ୍ରିପାଠୀ




