
ଭଞ୍ଜନଗର ୧୨/୦୬ (ଜିଲ୍ଲା ଖବର) : ଭଞ୍ଜନଗର ସ୍ଥାନୀୟ ଥାନା ଅନ୍ତର୍ଗତ କଳିଙ୍ଗା ଘାଟିରେ ଥିବା ଅନ୍ଧାରକେଟି ମନ୍ଧିର ନିକଟରେ ଡକାୟତି ଯୋଜନା କରୁଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ଭଞ୍ଜନଗର ପୋଲିସ ସେଠାରେ ଚଢ଼ାଉ କରି ୭ଜଣଙ୍କୁ ଗିରଫ କରିଥିବା ବେଳେ୨ ଡକାୟତ ଘଟଣା ସ୍ଥଳରୁ ଫେରାର ହୋଇଯାଇଛନ୍ତି।ଗିରଫ ଡକାୟତମାନଙ୍କୁ ଶୁକ୍ରବାର କୋର୍ଟ ଚାଲାଣ କରାଯାଇଛି।ସେମାନଙ୍କ ଠାରୁ ୨ଟି ଖଣ୍ଡା, ୪ଟି ଜୀବନ୍ତ ବୋମା, ମଦ ବୋତଲ, ଲଙ୍କାଗୁଣ୍ଡ ପ୍ୟାକେଟ, ଜବତ କରାଯାଇଛି।ଗତ କିଛି ଦିନ ହେଲା କଳିଙ୍ଗା ଘାଟିରେ ଲୁଟେରାଙ୍କ ଦୌରାତ୍ମ୍ୟ ବଢିଚାଲିଥିବା ବେଳେ ଏହାକୁ ପ୍ରତିହତ କରିବାକୁ ଭଞ୍ଜନଗର ପୋଲିସ ପେଟ୍ରୋଲିଂ କଡାକଢି କରାଯାଇଥିଲା।ଗିରଫ ଡକାୟତ ମାନେ ହେଲେ ଦୟା ନାଇକ,ଙ୍କ ଘର ଅଳସୁ ଗ୍ରାମରେ ହେଇଥିବା ବେଳେ ସାଧୁ ନାଇକ,ଲଣ୍ଡା ନାଇକ,ପପୁ ନାଇକ,ପବନ ନାଇକ,ଙ୍କଘର ବେଗୁନିଆପଡା ଗ୍ରାମର ସୁନିଲ ନାଇକ ଙ୍କ ଘର ସାନକେଦଣ୍ଡା ଓ ଜୟସେନ ନାଇକ ଘର ଗାଙ୍ଗପୁର ଗ୍ରାମର ବୋଲି ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ କହିଛନ୍ତି।
ରିପୋର୍ଟ ରବିନ୍ଦ୍ରପ୍ରଧାନ


