
ବାଲିଗୁଡ଼ା ୧୨/୦୬ (ଜିଲ୍ଲା ଖବର) : ସାରା ଦେଶରେ କରୋନାର ମୁକାବିଲା ଚାଲିଥିବା ବେଳେ ଦିନକୁ ଦିନ ଗଞ୍ଜେଇ ମାଫିଆଙ୍କ ବ୍ୟବସାୟ ବଢ଼ିବାରେ ଲାଗିଛି | ଆଜି ପୁଣି ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ର ମୁସଲିପଙ୍ଗା ଗ୍ରାମରେ l ଏକ ଅଟୋରେ ମୁସଲିପଙ୍ଗା ଗ୍ରାମରୁ ଗଞ୍ଜେଇ ଲୋଡ଼ କରି ଭୁବନେଶ୍ୱର ଅଭିମୁଖେ ଯାଉଥିଲା ବେଳେ ଫିରିଙ୍ଗିଆ ପୋଲିସ ଖବର ପାଇ ମାଝିପାଡା ଛକରେ ଅଟୋକୁ ଜବତ କରିଥିଲେ | ଗଞ୍ଜେଇ ବୋଝଇ ଅଟୋ ସହିତ ୪ ଜଣକୁ ଗିରଫ କରିଛି ଫିରିଙ୍ଗିଆ ପୋଲିସ | ଏମାନଙ୍କ ନାମରେ କେଶ ନମ୍ବର ୪୩/୨୦ ରୁଜୁ କରି କୋର୍ଟ ଚାଲାଣ କରିଛନ୍ତି |
ରିପୋର୍ଟ ସୁକାନ୍ତ କୁମାର ତ୍ରିପାଠୀ ।



