
ହିଞ୍ଜିଳିକାଟୁ ୧୨/୦୬ (ଜିଲ୍ଲା ଖବର) : ହିଞ୍ଜିଳି ପୋଲିସ ଡକାୟତି ଉଦ୍ୟମ ପଣ୍ଡ କରି ୮ ଜଣକୁ ଗିରଫ କରିଛି। ଗୁରୁବାର ରାତ୍ରୀକାଳୀନ ସମୟ ଆଇଆଇସିଙ୍କ ନିର୍ଦେଶ କ୍ରମେ ଏସଆଇ ବାସୁଦେବ ଭୋଇ,ଏଏସଆଇ ସୁରଥ ଭୁୟାଁ, ରାଜନ୍ ବିଷୋୟୀ, ହାବିଲଦାର ରାଜୀବ କୁମାର ପାଢ଼ୀ ଓ ଟିମ୍ ପାଟ୍ରୋଲିଂ କରୁଥିଲେ। ହଟାତ ଏକ ଖବର ଆସିଲା ଗୋପୀନାଥପୁର ବଡ଼ କେନାଲ ପାଖ ରେ ଥିବା ଏକ ଯାତ୍ରୀ ବିଶ୍ରାମଗାରରେ କିଛି ଅସାମାଜିକ ଯୁବକ ସଂଗଠିତ ହୋଇ ରହିଛନ୍ତି। ଆଇଆଇସି ଖବର ପାଇଁ ଘଟଣା ସ୍ଥଳକୁ ପାଟ୍ରୋଲିଂ ଟିମ୍ କୁ ପଠାଇ ଚଢାଉ କରିଥିଲେ। ପାଟ୍ରୋଲିଂ ଗାଡ଼ି ଦେଖି ଘଟଣା ସ୍ଥଳରୁ ୨ ଜଣ ଫେରାର ହୋଇଥିବା ବେଳେ ଅନ୍ୟ ୮ ଜଣକୁ ପୁଲିସ କାବୁ କରିଛି। ଘଟଣା ସ୍ଥଳରେ ପୋଲିସ ସେହିମାନଙ୍କ ଠାରୁ ଗୋଟିଏ ୭.୬୫ ଏମଏମର ପିସ୍ତଲ ଓ ୧ଗୁଳି, ଲଙ୍କା ଗୁଣ୍ଡ, ୨ଟାଖଣ୍ଡା, ୨ଟାବୋମା,୧୦ ଟା ମାସ୍କ, ମଦ ବୋତଲ ,ସିଗାରେଟ୍, ଦିଆସିଲ୍ ଓ ୨ଟା ମୋଟର ସାଇକେଲ ଜବତ କରିଛି ୮ ଜଣ ଯୁବକଙ୍କୁ ପୋଲିସ ଥାନାକୁ ଆଣି ଅଧିକ ପଚରାଉଚରା କଲେ ବେଳେ ନିକଟସ୍ଥ ପେଟ୍ରୋଲ ପମ୍ପ ରେ ଡକାୟତି କରିବା ପାଇଁ ଯୋଜନା କରୁଥିବା କହିଥିଲେ ବୋଲି ଆଇଆଇସି ସୂଚନା ଦେଇଛନ୍ତି। ଏହି ଘଟଣା ରେ ଆସ୍କା ଥାନା ଅନ୍ତର୍ଗତ ପୁଡୁଗେଶ୍ୱର ପଲ୍ଲୀର ସନିଆ ମହାନ୍ତି, କୋଟିନୋଡର କାଳୁ ଚରଣ ପାତ୍ର, ଖଲିକୋର୍ଟ ଥାନା ଅନ୍ତର୍ଗତ ତେନ୍ତୁଳିପଦାର ମିଥୁନ ସାହାଣୀ, ଶିବ ଜାଲି, କାହ୍ନା ସାହାଣୀ,ନୂତନ ବ୍ରହ୍ମପୁରର ନରହରି ପାଣ୍ଡି, ଗାଙ୍ଗପୁର ଥାନା ଅନ୍ତର୍ଗତ ବାରଟାର ଭଗବାନ ନାଇକ, ପୋଲସରା ସୂର୍ଯ୍ୟନଗରସାହିର ଯଜ୍ଞ ପ୍ରଧାନ ଡକାୟତି ଉଦ୍ୟମ କଲା ବେଳେ ପୁଲିସ ଉଦ୍ୟମ ପଣ୍ଡ କରି ଗିରଫ କରିଛି। ଏହି ଘଟଣାର ତଦନ୍ତ ସବ୍ ଇନ୍ସପେକ୍ଟର ପ୍ରଦୀପ୍ତ କୁମାର ଦାସ କରୁଥିବା ବେଳେ ଏ ନେଇ ହିଞ୍ଜିଳି ଥାନା କେଶ୍ ନଂ- ୧୯୭/୨୦ ଧାରା ୩୯୯,୪୦୨, ଆଇପିସି ୨୫ (୧- ବି) ଓ ଆର୍ମ୍ସ ଏକ୍ଟ ମାମଲା ରୁଜୁ କରି ଶୁକ୍ରବାର କୋର୍ଟ ଚାଲାଣ କରାଯାଇଥିବା ଥାନା ସୂତ୍ର ପ୍ରକାଶ ପାଇଛି।
ରିପୋର୍ଟ ରଜନୀ ପାତ୍ର



