
ବାଲିଗୁଡା,୧୨.୦୬ (ଜ଼ିଲ୍ଲା ଖବର): କନ୍ଧମାଳ ଜିଲ୍ଲାର ଗଡ଼ପବାଲି ଗ୍ରାମରେ ମିଶା ମୁଠାମାଝୀ ରୁହନ୍ତି ତାଙ୍କର ବୟସ ୫୦ ବର୍ଷ ପାଖାପାଖି ହେବ ତାଙ୍କର ବେକ ପଛେ ପିଠି ଉପରେ ଏକ ମାଂସ ପିଣ୍ଡୁଳା ବଢ଼ି ଚାଲିଥିଲା ସେ ଜଣେ ଗରିବ ଅସହାୟ କୁଳି ମଜୁରୀ କରି ପରିବାର ପୋଷଣ କରନ୍ତି ତାଙ୍କର ସ୍ତ୍ରୀ ଓ ଗୋଟିଏ ପୁଅ ଅଛନ୍ତି | ସେ ଦାରିଂବାଡ଼ି ମେଡ଼ିକାଲ ରେ ଡାକ୍ତରଙ୍କୁ ଦେଖାଇ ଔଷଧ ଖାଇଥିଲେ | ଦିନ ଗଡି ଚାଲିଥିଲା ଦାରିଙ୍ଗବାଡ଼ି ବ୍ଲକ ଦାସିଙ୍ଗବାଡ଼ି ପଞ୍ଚାୟତ ଗଡ଼ପବାଲି ଗ୍ରାମର ମିଶା ମୁଠାମାଝୀ ପୁଣି ଥରେ ଦାରିଙ୍ଗବାଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ଯାଇଥିଲେ କିନ୍ତୁ ସେଠାରେ ଡାକ୍ତର ତାଙ୍କୁ କଟକ, ଭୁବନେଶ୍ୱର କିମ୍ବା ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ଯିବା ପାଇଁ କହିଥିଲେ । ଏବେ ପୁଣି କ୍ରମଶଃ ସେହି ମାଂସ ପିଣ୍ଡଳା ବୃଦ୍ଧି ପାଇବାରେ ଲାଗିଛି । ସେ କୌଣସି କାମ କରିପାରୁନାହାନ୍ତି ତୁରନ୍ତ ସରକାରଙ୍କ ତରଫରୁ କୌଣସି ସାହାଯ୍ୟ ମିଳିଲେ ଏହାର ଅସ୍ତ୍ରୋପଚାର କରାଯାଇ ପାରିବ ବୋଲି ତାଙ୍କ ପରିବାର ଲୋକ ଓ ଗ୍ରାମବାସୀ ବୃନ୍ଦ କହିଛନ୍ତି ।
ରିପୋର୍ଟ :ସୁକାନ୍ତ କୁମାର ତ୍ରିପାଠୀ



