Wednesday, July 22, 2026
Home ଆଞ୍ଚଳିକ ବାଙ୍କୀ ଆହ୍ବାନ ଟିଭି ପକ୍ଷରୁ କରୋନା ଯୋଦ୍ଧାଙ୍କୁ ସମ୍ମାନ

ବାଙ୍କୀ ଆହ୍ବାନ ଟିଭି ପକ୍ଷରୁ କରୋନା ଯୋଦ୍ଧାଙ୍କୁ ସମ୍ମାନ

64

କଟକ,୧୧/୬ (ଜିଲ୍ଲା ଖବର) : କଟକ ଜିଲ୍ଲା ବାଙ୍କୀ ଉପଖଣ୍ଡ କରୋନା ଯୋଦ୍ଧାଙ୍କୁ ଆହ୍ବାନ ଟିଭି ପକ୍ଷରୁ କରୋନା ଯୋଦ୍ଧା ସମ୍ମାନ ପତ୍ର ପ୍ରଦାନ କରାଯାଇଛି , ଆହ୍ବାନ ଟିଭିର ଖବର ମୁଖ୍ୟ ମନୋରଞ୍ଜନ ପଣ୍ଡା ଓ ସହ ସମ୍ପାଦକ ଅଜୟ କୁମାର ପଣ୍ଡା ଙ୍କ ତତ୍ତ୍ଵାବଧାନରେ ବାଙ୍କୀ ଉପ ଜିଲ୍ଲାପାଳ ମାନସ ରଞ୍ଜନ ଜେନା ମହୋଦୟ ଉପଖଣ୍ଡ ପୋଲିସ୍ ଅଧିକାରୀ ଶ୍ରୀଯୁକ୍ତ ପ୍ରସନ୍ନ କୁମାର ବିଶ୍ବାଳ, ବାଙ୍କୀ ଭାରପ୍ରାପ୍ତ ଥାନା ଅଧିକାରୀ ଶ୍ରୀଯୁକ୍ତ ସମୀର କୁମାର ପଣ୍ଡା , ବାଙ୍କୀ ଡମପଡ଼ା ବ୍ଲକ୍ କୁସୁପଙ୍ଗି ଗ୍ରାମ ପଞ୍ଚାୟତ ସରପଞ୍ଚ ପୁଷ୍ପଳତା ପରିଡା ଓ ବାଙ୍କି ଦୁରସଂଚାର ଯନ୍ତ୍ରୀ ଶ୍ରୀଯୁକ୍ତ ସମୀର ଦଳେଇ , ସମାଜ ସେବୀ ତଥାବାଙ୍କି ବ୍ଲକ ର ପୁର୍ବତନ ଅଧ୍ୟକ୍ଷ ଶ୍ରୀଯୁକ୍ତ ସତ୍ୟନାରାୟଣ ସାମନ୍ତ ସରପଞ୍ଚ କିଆପଲ୍ଲା ଚର୍କଧର ସାହୁ ବ୍ରହ୍ମପୁରା ସରପଞ୍ଚ ସଞ୍ଜୟ ସାହୁ ସମାଜ ସେବୀ ନଳିନୀ ରାୟ ଗଜପତି ଜିଲ୍ଲା ଆରକ୍ଷୀ ଅଧିକାରୀନି ସାରା ଶର୍ମା ବିଧାୟକ ଶ୍ରୀମାନ ଦେବୀରଞ୍ଜନ ତ୍ରିପାଠୀ ପୁର୍ବତନ ବିଧାୟକ ଡ଼ ଦେବାଶିଷ ପଟ୍ଟନାୟକ ବାଙ୍କୀ ବ୍ଲକ ବିଡ଼ିଓ ପ୍ରଭାତ କୁମାର ସାହୁ ବାଙ୍କି କେନ୍ଦ୍ର ସମବାୟ ବ୍ୟାଙ୍କ ମ୍ୟାନେଜର ଅମ୍ବରିସ ଦାସ ମହୋଦୟ ଙ୍କ କାର୍ଯ୍ୟ କୁ ପ୍ରଶଂସା କରିବା ସହିତ କରୋନା ଯୋଦ୍ଧା ସମ୍ମାନ ପତ୍ର ପ୍ରଦାନ କରାଯାଇଛି l ଆଗାମୀ ଦିନରେ ବାଙ୍କୀ ଅଞ୍ଚଳର ସମସ୍ତ କରୋନା ଯୋଦ୍ଧା ମାନଙ୍କୁ ସମ୍ମାନିତ କରାଯିବ ଓ ଆହ୍ବାନ ଟିଭିର ଏହି ପ୍ରୟାସ ଜାରି ରହିବ ବୋଲି ଖବର ମୁଖ୍ୟ ଓ ସହ ସମ୍ପାଦକ ସୂଚନା ଦେଇଛନ୍ତି l