Friday, November 13, 2026
Home ଆଞ୍ଚଳିକ ଅଜଣା ବ୍ୟକ୍ତି ର ବାଇକ୍ ଧକ୍କାରେ ବିରଳ କୃଷ୍ଣସାର ମୃଗ ର ମୃତ୍ୟୁ

ଅଜଣା ବ୍ୟକ୍ତି ର ବାଇକ୍ ଧକ୍କାରେ ବିରଳ କୃଷ୍ଣସାର ମୃଗ ର ମୃତ୍ୟୁ

88

ଜଗନ୍ନାଥ ପ୍ରସାଦ ୧୧/୦୬ (ଜିଲ୍ଲା ଖବର) :
ବିରଳ କୃଷ୍ଣ ସାର ମୃଗ ର ରକ୍ଷଣାବେକ୍ଷଣ ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଉଥିବା ବେଳେ ସେମାନଙ୍କ ମୃତ୍ୟ ସୃଷ୍ଟି ପାଇଁ ଅମୁଲ୍ୟ କ୍ଷତି।ଜଙ୍ଗଲ ରେ ଗଛ ଶୂନ୍ୟ ହେଉ ଅବା ଜଙ୍ଗଲ ରେ ଖାଦ୍ୟ ର ଅଭାବ ଯୋଗୁଁ ସେମାନେ ଜନ ବସତି ମୁହାଁ ହୋଇ ଦୃଘଟଣା ର ଶିକାର ହୋଇ ଅବା ଶିକାରୀ ର ଜାଲ ରେ ପଡି ମୃତ୍ୟୁ ବରଣ କରୁଛନ୍ତି।ଆଜି ସକାଳ 9 ରେ ଏପରି ଏକ ଅଜଣା ବ୍ୟକ୍ତି ର ବାଇକ ଧକ୍କାରେ ଗୋଟେ ବିରଳ କୃଷ୍ଣସାର ମୃଗ ଭାବସର ଗ୍ରାମର ମୁଖ୍ୟ ରାସ୍ତା ରେ ଜଖମ ହୋଇଥିଲା। ମୃଗ ଟି ଆରୋହୀ ସହିତ ସଡକ ଦୁର୍ଘଟଣା ରେ କ୍ଷତବିକ୍ଷତ ଅବସ୍ଥାରେ ଭାବସର ମୂଖ୍ୟ ସଡ଼କରେ ପଡି ରହିଥିଲା । ବାଇକ୍ ଆରୋହୀ ଦୁର୍ଘଟଣା ଦେଖି ମୃଗ କୁ କ୍ଷତିଗ୍ରସ୍ତ ଅବସ୍ତାରେ ଛାଡି ଚାଲି ଯାଇଥିଲେ ଏହି ସମୟରେ ମୃଗ ଟିକୁ ସୁରକ୍ଷା ସ୍ଵେଚ୍ଛାସେବୀ ର ରାହୁଲ ପ୍ରଧାନ ଓ ଯୁବ ରେଡକ୍ରସ ସ୍ଵେଚ୍ଛାସେବୀ ଦୀନବନ୍ଧୁ ସେଠି ତାଙ୍କୁ ତୁରନ୍ତ ପ୍ରାଥମିକ ଚିକିତ୍ସା କରି ଜଗନ୍ନାଥ ପ୍ରସାଦ ବନ ବିଭଗ କୁ ହସ୍ତାନ୍ତର କରିଥିଲେ। ତାଙ୍କୁ ଭାବସର ଗ୍ରୁପ ଓ ସୁରକ୍ଷା ସ୍ଵେଚ୍ଛାସେବୀ ସଂଗଠନ, ଜଗନ୍ନାଥ ପ୍ରସାଦ ଓ ଯୁବ ରେଡକ୍ରସ ତରଫରୁ ବହୁତ ବହୁତ ଧନ୍ୟବାଦ ଦେଇଛନ୍ତି।ଯୁବ ରେଡ୍ କ୍ରସ୍ ପରାମର୍ଶଦାତା ଅଧ୍ଯାପକ ଲୋକନାଥ ମହାନ୍ତି ଓ ସୁରକ୍ଷା ସ୍ଵେଚ୍ଛାସେବୀ ସଂଗଠନ ସଭାପତି ସରୋଜ କୁମାର ନାୟକ ୨ ଜଣ ସ୍ଵେଚ୍ଛାସେବୀ ଙ୍କୁ ବହୁତ ପ୍ରଶଂସା କରିଛନ୍ତି।କିନ୍ତୁ ବହୁ ଚିକିତ୍ସା ପରେ ବି କୃଷ ସାର ମୃଗ ଟି ମୃତ୍ୟୁ ବରଣ କରିଛି।ବନବିଭାଗ ତରଫରୁ ଏକ ଅପମୃତ୍ୟ ମାମଲା 2/20-21( jp) ରୁଜ୍ଜୁ କରି ପ୍ରାଣୀ ଚିକିତ୍ସା ବିଭାଗ ତରଫରୁ ବ୍ୟବଛେଦ କରା ଯାଇ ଭୂମି ରେ ପୋତା ଯାଇଥିଲା।

ରିପୋର୍ଟ-ନିରାକାର ସାହୁ