
ଢେଙ୍କାନାଳ:୧୦/୦୬ (ଜିଲ୍ଲା ଖବର) କଙ୍କଡାହାଡ଼ ବ୍ଲକ ପଙ୍ଗାତିରା ପଞ୍ଚାୟତ କେନ୍ଦୁମୁଣ୍ଡା ଗ୍ରାମରେ ଆଜି ଅପରାହ୍ନ 3ସମୟରେ ଘଡଘଡି ସହିତ ବର୍ଷା ବଜ୍ରପାତ ହୋଇଥିଲା ।ବର୍ଷା ସମୟରେ ଗୋରୁ ପଲ ଆସି ଗାଁ କୋଠ ଘରେ ରହିଥିଲେ ସେହି ସମୟରେ ବଜ୍ରପାତ ଯୋଗୁଁ ଗୋରୁ ଦଳ ସେହି ଠାରେ ପ୍ରାଣ ଚାଲି ଯାଇଥିଲା ।ସଙ୍ଗେ ସଙ୍ଗେ ପଶୁ ଚିକିତ୍ସାଳୟଏବଂ ଆର ଆଇ କୁ ଖବର ଦିଆଯାଇଥିଲା ।ସଙ୍ଗେ ସଙ୍ଗେ ପହଞ୍ଚି ଶବ ବ୍ୟବଛେଦ ବ୍ୟବସ୍ଥା କରିଥିଲେ । ଉକ୍ତ ମଧ୍ୟରୁ କୁଳମଣି ସାହୁଙ୍କ ବଳଦ ୨ଟା ଗାଈ ୨ଟା ସୁରେଶ ସାହୁଙ୍କ ଗାଈ ଗୋଟିଏ ବଳଦ ଗୋଟିଏ ଏବଂ ସତ୍ୟବ୍ରତ ନାୟକଙ୍କ ଗୋଟିଏ ଷଣ୍ଢ ମୃତ୍ୟୁ ହୋଇଛି ।
ରିପୋର୍ଟ ସତ୍ୟବ୍ରତ ନାୟକ




