
ବାଲିଗୁଡ଼ା ୧୦/୬ (ଜିଲ୍ଲା ଖବର) : ସାରାବିଶ୍ବରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧିପାଇବାରେ ଲାଗିଥିଲା ବେଳେ କନ୍ଧମାଳ ଜିଲ୍ଲା ର ବାଲିଗୁଡା ସବଡିଭିଜନ ରେ OSRTC ବସ ଗଡି ବାର ଦେଖିବାକୁ ମିଳିଛି | ଏହି ବସ ଫୁଲବାଣୀ ରୁ ବାହାରି ଝିରୀପାଣି ଅଭିମୁଖେ ବାହିରି ଅପରାହ୍ନ 12 ଟାରେ ବାଲିଗୁଡା ରେ ପହଂଚି ଥିଲା | କରୋନା ସଂକ୍ରମଣକୁ ରୋକିବା ପାଇଁ ସାନିଟାଈଜ଼ର ହାତରେ ମାରି ବସ ରେ ପ୍ରତେକ ଯାତ୍ରୀ ଚଡ଼ୁଥିଲେ ଓ ଆନୁମାନିକ 30 ଜଣ ଯାତ୍ରୀ ବସ ରେ ଯାତ୍ରା କରୁଥିବା ଦେଖିବା କୁ ମିଳିଥିଲା |
ରିପୋର୍ଟ ସୁକାନ୍ତ କୁମାର ତ୍ରିପାଠୀ ।



