Tuesday, October 20, 2026
Home ଆଞ୍ଚଳିକ କନ୍ଧମାଳ ଜିଲ୍ଲା ର ମହାସିଙ୍ଗି ରେ ପାନୀୟ ଜଳ ର ସଙ୍କଟ ର ସମାଧାନ

କନ୍ଧମାଳ ଜିଲ୍ଲା ର ମହାସିଙ୍ଗି ରେ ପାନୀୟ ଜଳ ର ସଙ୍କଟ ର ସମାଧାନ

41

ବାଲିଗୁଡ଼ା ୧୦/୬ (ଜିଲ୍ଲା ଖବର) : ଚାରିଆଡେ ପ୍ରଚଣ୍ଡ ରୌଦ୍ରତାପରେ ଜନ ଜୀବନ ଅସ୍ତବ୍ୟସ୍ତ ହେଉଥିବା ବେଳେ କନ୍ଧମାଳ ଜ଼ିଲ୍ଲାର ବିଭିନ୍ନ ପଂଚାୟତ ରେ ପ୍ରଚଣ୍ଡ ରୌଦ୍ରତାପରେ ଜନ ଜୀବନ ପ୍ରଭାବିତ ହୋଉଛି l କନ୍ଧମାଳ ଜିଲ୍ଲା ର କ.ନୂଆଗାଁ ବ୍ଲକ ର ମହାସିଙ୍ଗ ଗ୍ରାମରେ ପାନୀୟ ଜଳ ସମସ୍ୟା ଦେଖା ଦେଇଛି | ମହାସିଙ୍ଗି ଗ୍ରାମ ପଞ୍ଚାୟତର ତିନୋଟି ୱାର୍ଡ ର ମାଠିଆ ଝୋଲା ସାହି, ବେହେରଦଲାଈ ସାହି , ପୁରୁଣା ସାହିର ଲୋକେ ଟୋପାଏ ପାଣିପାଇଁ ନିକଟସ୍ଥ ଖଡଗ ନଦୀରେ ଚୁଁଆଂଖୋଳି ପାନୀୟ ଜଳ ସଂଗ୍ରହ କରୁଥିବା ଦେଖିବାକୁ ମିଳିଛି l ଗାଁରେ ପାଣିଟାଙ୍କି ଅଛି କିନ୍ତୁ ଅଧିକାଂଶ ସମୟରେ ଷ୍ଟାଣ୍ଡପୋଷ୍ଟରେ ପାଣି ଆସୁନି | ସ୍ଥାନୀୟ ଲୋକ କ ନୂଆଗାଁ ବିଡିଓ ଓ ସ୍ଥାନୀୟ ସରପଞ୍ଚଙ୍କୁ ଅଭିଯୋଗ କରିଥିଲେ | ଏହି ଖବର ଆଗରୁ ୬/୬/୨୦୨୦ ତାରିଖରେ ଜ଼ିଲ୍ଲାଖବର ରେ ପ୍ରକାଶ ପାଇଲାପରେ ପ୍ରଶାସନ ଯୁଦ୍ଧ କାଳୀନ ଭିତିରେ ନଳକୂଅ ଗ୍ରାମ୍ୟ ଜଳଯୋଗାଣ ବିଭାଗ ତରଫରୁ ଖୋଳାଯାଇଛି | ଏହି ନଳକୂଅ କୁ ସୋଲାର ସହିତ ସଂଯୋଗ କରି ପାଣି ଯୋଗାଇ ଦିଆଯିବ ବୋଲି ଯନ୍ତ୍ରୀ କହିଛନ୍ତି | ବର୍ତମାନ ଠାରୁ ପାଣି ର ସମସ୍ୟା ଆଉ ରହିବ ନାହିଁ ବୋଲି ଲୋକ ଲୋଚନ ରେ ଶୁଣିବାକୁ ମିଳୁଛି |

ରିପୋର୍ଟ ସୁକାନ୍ତ କୁମାର ତ୍ରିପାଠୀ ।