Friday, November 13, 2026
Home ଜିଲ୍ଲା ଅନୁଗୁଳ ଆଜି ୨୦ ଦିନରେ ପହଞ୍ଚିଛି ସାହାଯ୍ଯ ପକ୍ଷରୁ ଆୟୋଜିତ ବିଶୋଧନ କାର୍ଯ୍ୟକ୍ରମ

ଆଜି ୨୦ ଦିନରେ ପହଞ୍ଚିଛି ସାହାଯ୍ଯ ପକ୍ଷରୁ ଆୟୋଜିତ ବିଶୋଧନ କାର୍ଯ୍ୟକ୍ରମ

94

କଟକ ୧୦/୦୬ ( ଜିଲ୍ଲା ଖବର) : କରୋନା ସଂକ୍ରମଣ କୁ ପ୍ରତିହତ କରିବା ପାଇଁ ସାମାଜିକ ସଂଗଠନ “ସାହାଯ୍ୟ” କାର୍ଯ୍ୟକର୍ତ୍ତାଙ୍କ ଦ୍ୱାରା ବିଭିନ୍ନ ଜନଗହଳି ପୂର୍ଣ୍ଣ ସ୍ଥାନରେ ଗତ କିଛି ଦିନ ଧରି ବିଶୋଧନ କରି ଆସୁଥିଲେ ମଧ୍ୟ ଆଜି କଟକ ବୟାଳିଶ ମୌଜା, ବେଣ୍ଟକାର ଅଞ୍ଚଳରେ ଥିବା ଦୋକାନ, ବଜାର, କ୍ଲବ ଘର, ପେଟ୍ରୋଲ ପମ୍ପ, ଥାନା, ମାର୍କେଟ କମପ୍ଲେକ୍ସ, ପୁଜା କମିଟି, ହୋଟେଲ୍, ମନ୍ଦିର ଏବଂ ବିଭିନ୍ନ ଜନଗହଳି ପୂର୍ଣ୍ଣ ସ୍ଥାନ ମାନଙ୍କରେ ସମାଜିକ ସଂଗଠନ “ସାହାଯ୍ଯ” ତରଫରୁ ବିଶୋଧକ ସିଞ୍ଚନ କରାଯାଇଥିଲା। ଏଭଳି ଘଡି ସନ୍ଧି ମୃହୁତ ରେ ସମାଜିକ ସଂଗଠନ “ସାହାଯ୍ଯ” ର କାର୍ଯ୍ୟକୁ ସ୍ଥାନୀୟ ଅଞ୍ଚଳରେ ବେଶ୍ ପ୍ରଶଂସା କରିଛନ୍ତି l

ରିପୋର୍ଟ ଯଶୋବନ୍ତ ବେହେରା ।