
ମୁନିଗୁଡା: ୦୯/୦୬ (ଜିଲ୍ଲା ଖବର) ରାୟଗଡା ଜିଲ୍ଲା ମୁନିଗୁଡା ସଦର ମହକୁମା ଦେଇ ଯାଇଥିବା ପୂର୍ତ୍ତ ବିଭାଗର ଦୁଇଟି ପ୍ରମୁଖ ରାସ୍ତା ମୁନିଗୁଡା-ଭବାନୀପାଟଣା ଓ ମୁନିଗୁଡା-ବାଲିଗୁଡା ରାସ୍ତାର ଉଭୟ ପାର୍ଶ୍ଵରେ ଥିବା ଡ୍ରେନ ଗୁଡିକ ବିଭାଗୀୟ ଦୂରଦୃଷ୍ଟି ହୀନତା ଓ ସ୍ଥାନିୟ ଉଠା ଦୋକାନୀ ମାନଙ୍କ କବଜା ଫଳରେ ବର୍ଷା ସମୟରେ ଜଳ ନିଷ୍କାସନ ହୋଇ ପାରୁନାହିଁ।ପ୍ରକାଶ ଥାଉକି ରାସ୍ତା ସଂପ୍ରସାରଣ ସମୟରେ ସେତେବେଳର ରାସ୍ତା ନିର୍ମାଣକାରୀ ସଂସ୍ଥା ମଝିରେ ମଝିରେ ଡ୍ରେନ ଛାଡ଼ିଦେଇ ଥିଲେ। ଏବଂ ଏହା ସବୁ କାମ ସରିଲା ପରେ କନେକ୍ସନ କରିଦିଆଯିବ ବୋଲି ତତ୍କାଳୀନ ଯନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ। ହେଲେ ଏହି ଅଶଂପୂର୍ଣ ଡ୍ରେନ ଦଶନ୍ଧି ବିତିବାକୁ ବସିଲାଣି ତଥାପି ସମ୍ପୂର୍ଣ୍ଣ ହୋଇ ପାରିଲାନାହିଁ। ଯେଉଁଠି ଡ୍ରେନରେ ପାଣି ପଶିଲା ତାହା ଜମାଟ ବାନ୍ଧି ସେହି ଡ୍ରେନରେ ରହିଲା।ଫଳରେ ସାରା ଦେଶରେ କରୋନାକୁ ନେଇ ଆତଙ୍କ ଥିବା ବେଳେ ମୁନିଗୁଡା ଅଂଚଳର ଡ୍ରେନେଜ ସମସ୍ୟା ପାଇଁ ଡେଙ୍ଗୁ ୧୮ଲୋକଙ୍କ ଜୀବନ ନେଇ ସାରିଲାଣି।ପୂର୍ବରୁ ମୁନିଗୁଡା ଡାକ ବଙ୍ଗଳା ପରିସରରେ କନିଷ୍ଟ ଯନ୍ତ୍ରୀ ରହୁଥିଲେ। ହେଲେ ଏବେ ବିଭାଗୀୟ ଯନ୍ତ୍ରୀଙ୍କର ବଦଳି ପରେ ବିସମକଟକ ଯନ୍ତ୍ରୀଙ୍କୁ ଅତିରିକ୍ତ ଦାୟିତ୍ୱ ଦିଆଯାଇଥିବା ଜଣାପଡିଛି।ଏହି ଅଞ୍ଚଳ ଦକ୍ଷିଣ ଓଡ଼ିଶାର ଏକ ପ୍ରମୁଖ ବ୍ୟବସାୟିକ ପେଣ୍ଠ।ପ୍ରତ୍ୟହ ହଜାରହଜାର ଲୋକ ଟ୍ରେନ,ବସ ଦେଇ ଦେଶର ବିଭିନ୍ନ ଅଂଚଳରୁ ଏଠାକୁ ଯା”ଆସ କରିଥାନ୍ତି,କିନ୍ତୁ ଏହି ଦୁଇ ରାସ୍ତାର ଉଭୟ ପାର୍ଶ୍ୱରେ ଥିବା ଡ୍ରେନ ବର୍ଷାଦିନେ ପାଣି ନିଷ୍କାସନ ପରିବର୍ତ୍ତେ ବିଭିନ୍ନ ରୋଗର କାରଣ ସାଜୁଛି। ଏନେଇ ପୂର୍ତ୍ତ ବିଭାଗକୁ ପଚାରିଲେ ଏହା ପଂଚାୟତର କାର୍ଯ୍ୟ ଏବଂ ପଞ୍ଚାୟତାକୁ ଗୁହାରି କଲେ ଏହା ପୂର୍ତ୍ତବିଭାଗର କାମ ବୋଲି ସଫେଇ ଦେଇଥାନ୍ତି। ତେବେ ଏତେ ଲୋକ ମୁନିଗୁଡାରୁ ମଲା ପରେ ମଧ୍ୟ ଉଭୟ ବିଭାଗର କୁମ୍ଭକର୍ଣ୍ଣ ନିଦ୍ରା ଭାଙ୍ଗୁନାହିଁ। ଏଣୁ ଯଥାଶିଘ୍ର ମୁଖ୍ୟ ସଡ଼କର ଡ୍ରେନ୍ ସମସ୍ୟା ଓ ମୁନିଗୁଡା ସାହିବସ୍ତିର ଡ୍ରେନ ସମସ୍ୟା ଯୁଦ୍ଧ କାଳୀନ ଭିତ୍ତିରେ କରାଯାଉ ନଚେତ ପରିସ୍ଥିତି ଅଣାୟତ ନିଶ୍ଚିତ ହେବ ବୋଲି ଅଭିଯୋଗ କରିଛନ୍ତି।
ରିପୋର୍ଟ ସନାତନ ନାୟକ


