Tuesday, October 13, 2026
Home ଆଞ୍ଚଳିକ ସମିତି ସ୍ତରୀୟ ସହଯୋଗୀତା ଆଲୋଚନା ଚକ୍ର

ସମିତି ସ୍ତରୀୟ ସହଯୋଗୀତା ଆଲୋଚନା ଚକ୍ର

102

ବାଲିଗୁଡ଼ା ୯/୦୮ (ଜିଲ୍ଲା ଖବର) : ମନରେଗା ପକ୍ଷରୁ କୋଟଗଡ କଲ୍ୟାଣ ମଣ୍ଡପ ଠାରେ ସମିତି ସ୍ତରୀୟ ସହଯୋଗୀତା ଆଲୋଚନା ଚକ୍ର ସୋମବାର ଦିନ ଆୟୋଜିତ ହୋଇଥିଲା | ଏଥିରେ ଜାଗୃତି, ଲିଭୋଲିଙ୍କ ଫାଉଣ୍ଡେସନ, ଟାଟା ଟ୍ରଷ୍ଟ, ଏସମ, ଜିଏସଏମ, ସାହାରା, ଜୀବିକା ସୁରକ୍ଷା ମିଶନ ଏପରି ଏନଜିଓ ର କର୍ମକର୍ତ୍ତା ମାନେ ଯୋଗ ଦେଇଥିଲେ ଏବଂ ସେମାନଙ୍କ ସହଯୋଗରେ ଶ୍ରମିକ ମାନଙ୍କୁ ନିଶ୍ଚିତ ଶହେ ଦିନର କର୍ମ ନିଯୁକ୍ତି ଯୋଗାଇବା ଉପରେ ଗୁରୁତ୍ୱ ଦେଇଥିଲେ | ପ୍ରତ୍ୟେକ ଗ୍ରାମରେ ଦୁଇଟି ଗୋଷ୍ଠୀଗତ କାର୍ଯ୍ୟ ର ଆରମ୍ଭ, ଶ୍ରମିକ ଙ୍କୁ ସଠିକ ମଜୁରୀ ବ୍ୟାଙ୍କ ମାଧ୍ୟମରେ ପ୍ରଦାନ ଏବଂ ବିଳମ୍ବିତ କାର୍ଯ୍ୟ କୁ ସଚେତନତା ମାଧ୍ୟମରେ ସମାଧାନ ପାଇଁ ଆଲୋଚନା ହୋଇଥିଲା | ଏହି ଆଲୋଚନାକୁ ବିସ୍ତୃତ ଭାବେ କୋଟଗଡ ବିଡିଓ କୈଳାଶ ଚନ୍ଦ୍ର ମୁର୍ମୁ, ଏଇ ରାଜେନ୍ଦ୍ର ସୋରେନ, ଏପିଓ ସୂର୍ଯ୍ୟ ନାରାୟଣ ସେନାପତି, ସିପି ଧିରେନ କୁମାର ଦାଶ,ଓ ବାଦଲ ପ୍ରଧାନ ସମେତ ବିଭିନ୍ନ ବିଭାଗ ଅଧିକାରୀ ମାନେ ବୁଝାଇଥିଲେ | ରିପୋର୍ଟ ସୁକାନ୍ତ କୁମାର ତ୍ରିପାଠୀ ।