Friday, November 13, 2026
Home ଆଞ୍ଚଳିକ ହିଞ୍ଜିଳି ରେ ମେଗା ସ୍ବାସ୍ଥ୍ୟ ସ୍କ୍ରିନିଂ ଆରମ୍ଭ

ହିଞ୍ଜିଳି ରେ ମେଗା ସ୍ବାସ୍ଥ୍ୟ ସ୍କ୍ରିନିଂ ଆରମ୍ଭ

13

ହିଞ୍ଜିଳିକାଟୁ ୮।୬(ଜିଲ୍ଲା ଖବର) : ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ନିର୍ଦେଶ କ୍ରମେ ହିଞ୍ଜିଳି ବ୍ଲକ ଅନ୍ତର୍ଗତ ମକରଝୋଳ ଗ୍ରାମ ରେ ଆଜି ୨-ଫେଜ୍‌ ମେଗା ସ୍ବାସ୍ଥ୍ୟ ସ୍କ୍ରିନିଂ ଆରମ୍ଭ ହୋଇଛି। ବ୍ଲକ ଓ ପୌରାଞ୍ଚଳ ରେ ଥିବା ୧ଲକ୍ଷରୁ ଊର୍ଦ୍ଧ୍ୱ ପରିବାରର ସମସ୍ତ ସଦସ୍ୟଙ୍କ କରୋନା ଲକ୍ଷଣ ଅଛି କି ନାହିଁ ତାହାର ଥର୍ମାଲ ସ୍କ୍ରିନିଂ କରାଯିବ ସହ ଯେଉଁ ମାନଙ୍କ କିଛି ଲକ୍ଷଣ ଥାଏ ସେହି ମାନଙ୍କ ଟ୍ରାଭେଲ ହିଷ୍ଟ୍ରି ମଧ୍ୟ ସଂଗ୍ରହ କରାଯିବ ବୋଲି ବ୍ଲକ ପ୍ରଶାସନ ସୂଚନା ଦେଇଛନ୍ତି। ଉକ୍ତ ଟିମରେ ଆଶା କର୍ମୀ, ଅଙ୍ଗନବାଡି କର୍ମୀ, ସ୍ବାସ୍ଥ୍ୟକର୍ମୀଙ୍କ ସମେତ ହିଞ୍ଜିଳି ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରସନ୍ନ କୁମାର ପାତ୍ର ସିଡିପିଓ ଶୁଭଶ୍ରୀ ପାତ୍ର, ବିଇଓ ବସନ୍ତ କୁମାର ପଣ୍ଡା ଉପସ୍ଥିତି ଥିଲେ। ପୂର୍ବରୁ ମଧ୍ୟ ଅଙ୍ଗନବାଡି, ଶିକ୍ଷକ, ସ୍ବାସ୍ଥ୍ୟ କର୍ମୀ ବ୍ଲକ ଓ ପୌରାଞ୍ଚଳ ରେ ବସବାସ କରୁଥିବା ଅଧିବାସୀଙ୍କ ଘର କୁ ଯାଇ ସ୍ବାସ୍ଥ୍ୟ ଅବସ୍ଥା ବୁଝିବା ସହ ଆବଶ୍ୟକ ଔଷଧ ପ୍ରଦାନ କରିଥିଲେ। ବର୍ତମାନ ରାଜ୍ୟ ବାହାରରୁ ଅନେକ ପ୍ରବାସୀ ଓଡ଼ିଆ ଆସି ସଙ୍ଗରୋଧ ଅବଧି ଶେଷ କରି ଘରକୁ ଫେରି ହୋମ୍‌କ୍ୱାରାଣ୍ଟାଇନରେ ରହିଛନ୍ତି। ରାଜ୍ୟରେ ଦିନକୁ ଦିନ କରୋନା ପଜିଟିଭଙ୍କ ସଂଖ୍ୟା ବଢ଼ୁଥିବା ବେଳେ ଗଞ୍ଜାମ ଜିଲ୍ଲା ଏହି ତାଲିକାରେ ୧ ନମ୍ବରରେ ରହିଛି। ଏ ନେଇ ପ୍ରଶାସନର ଚିନ୍ତା ବଢିଯାଇଛି। ଏପରିକି ଜିଲ୍ଲାରେ ୪ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ମଧ୍ୟ ହୋଇଛି। ଏହି କାର୍ଯ୍ୟକ୍ରମ କୁ ପାଞ୍ଚ ଦିନ ମଧ୍ୟ ରେ ଶେଷ କରି ଜିଲ୍ଲାପାଳ ଙ୍କୁ ରିପୋର୍ଟ ପ୍ରଦାନ କରାଯିବ।

ରିପୋର୍ଟ ରଜନୀ କାନ୍ତ ପାତ୍ର ।