Monday, October 12, 2026
Home ଆଞ୍ଚଳିକ ବାଲିଗୁଡ଼ା ପୋଲିସ୍ ପ୍ରାୟ ୨୦ ଲକ୍ଷ ଟଙ୍କାର ଗଞ୍ଜେଇ ସହ ଟ୍ରାକ୍ଟର ଜବତ କଲେ

ବାଲିଗୁଡ଼ା ପୋଲିସ୍ ପ୍ରାୟ ୨୦ ଲକ୍ଷ ଟଙ୍କାର ଗଞ୍ଜେଇ ସହ ଟ୍ରାକ୍ଟର ଜବତ କଲେ

130

ବାଲିଗୁଡ଼ା ୮/୦୬ ( ଜିଲ୍ଲା ଖବର ) : ବାଲିଗୁଡ଼ା ପୋଲିସ୍ ପକ୍ଷରୁ ଆଇଆଇସି ପ୍ରଶାନ୍ତ କୁମାର ବେହେରା,ଶିବ ଶଙ୍କର ଅଲଡା ଓ ଅନ୍ୟାନ୍ୟ ପୋଲିସ କର୍ମଚାରୀ ମିଶି ନିଜ ଟିମ୍ ସହ ରାତ୍ରୀକାଳୀନ ପେଟ୍ରୋଲିଂ ଚାଲୁଥିବା ସମୟରେ ମହାସିଙ୍ଗି ପୁରୁଣା ସାହି ଦେଇ ବଗାଡ ଆଡୁ ଗୋଟିଏ ଟ୍ରାକ୍ଟର OD12A 3434 କିଛି ସାମଗ୍ରୀ ଲୋଡ୍ କରି ପଲିଥିନ୍ ଢାଙ୍କି ଯାଉଥିଲା । ପୋଲିସ୍ କୁ ଦେଖି ଟ୍ରାକ୍ଟର ଟି କ.ନୂଆଗାଁ ଆଡ଼କୁ ଦୃତ ଗତିରେ ପଳାଇବାକୁ ଚେଷ୍ଟା କରିଥିଲା ଫଳରେ ଟ୍ରାକ୍ଟର ରେ କିଛି ଚୋରାଚାଲାଣ ହେଉଥିବା ସନ୍ଦେହ କରିଥିଲା ପୋଲିସ୍ | ପୋଲିସ୍ ଉକ୍ତ ଟ୍ରାକ୍ଟର କୁ ପିଛା କରିଥିଲା ଓ ପଥପ୍ରାନ୍ତ ସେବା କେନ୍ଦ୍ର ନିକଟ ଜଙ୍ଗଲ ରାସ୍ତାରେ ଟ୍ରାକ୍ଟର କୁ ଧରିବାରେ ସକ୍ଷମ ହୋଇଥିଲା | ଟ୍ରାକ୍ଟର ରେ ୧୫ ଟି ଗଞେଇ ବସ୍ତା ରହିଥିଲା | ଯାହାର ସମୁଦାୟ ଓଜନ ୩୮୩ କେଜି ୫୫୦ ଗ୍ରାମ୍ ହୋଇଥିଲା | ପୋଲିସ୍ ଗଞ୍ଜେଇ ଜବତ କରିବାସହ ଡ୍ରାଇଭରକୁ ଗିରଫ କରିଛି । ଗିରଫ ଡ୍ରାଇଭର ମହାସିଙ୍ଗି ପୁରୁଣା ସାହିର ସଞ୍ଜିବ ଖଟୁଆ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି | ଏହି ଗଞ୍ଜେଇ ର ମୂଲ୍ୟ ୨୦ ଲକ୍ଷରୁ ଉର୍ଦ୍ଧ୍ବ ହେବ ବୋଲି ପୋଲିସ୍ କହିଛି । ପୋଲିସ ଘଟଣାରେ ଗଞ୍ଜେଇ ଭର୍ତ୍ତି ଟ୍ରାକ୍ଟରକୁ ଜବତ କରିବାସହ ଡ୍ରାଇଭରକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏହିସବୁ ଅଞ୍ଚଳରେ ଗଞ୍ଜେଇ ଚୋରାଚାଲାଣ ରୋକିବା ପାଇଁ ପୋଲିସ୍ ପକ୍ଷରୁ ପ୍ରଚେଷ୍ଟା ଜାରିରହିଛି । ଆଗକୁ ମଧ୍ୟ ଏଭଳି ଚଢ଼ାଉ ଯାରିରହିବ ଏବଂ ଚାଲାଣକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦେଇଛନ୍ତି ବାଲିଗୁଡ଼ା ଏସଡିପିଓ ମାନସ ରଞ୍ଜନ ବାରିକ୍ ।

ରିପୋର୍ଟ ସୁକାନ୍ତ କୁମାର ତ୍ରିପାଠୀ ।