
ବାଲିଗୁଡ଼ା ୭/୦୬ (ଜିଲ୍ଲା ଖବର) : ଫୁଲବାଣୀ ଟାଉନ ଥାନାରେ ନୁତନ ଥାନା ଅଧିକାରୀ ଭାବେ ଶନିବାର ଦିନ ଶ୍ରୀ ସୁଶାନ୍ତ କୁମାର ସେଠୀ ଦାୟିତ୍ୱ ବହନ କରିଛନ୍ତି।ଏହା ପୂର୍ବରୁ ସେ କଣ୍ଟାମାଳ ଥାନା ରୁ କନ୍ଧମାଳ ଜିଲ୍ଲାକୁ ବଦଳି ହୋଇ ଆସି କିଛିଦିନ ହେଲା ଜିଲ୍ଲା ପୁଲିସ ହେଡ କ୍ୱାଟରରେ ଥିଲେ। ସେ ଶନିବାର ଦିନ ଦାୟିତ୍ୱ ଗ୍ରହଣ କଲା ପରେ ଏକ ସାମ୍ବାଦିକ ସମ୍ମିଳନୀ ଡକାଇ ସହରର ଆଇନ ଶୃଙ୍ଖଳା ପରିସ୍ଥିତି ପ୍ରତି ବିଶେଷ ଧ୍ୟାନ ଦିଆଯିବ ବୋଲି କହିଛନ୍ତି।ଏଥିପାଇଁ ଗଣମାଧ୍ୟମର ସହଯୋଗ ନିହାତି ଆବଶ୍ୟକ ଏବଂ ଜନସାଧାରଣଙ୍କ ମଧ୍ୟ ଏ ଦିଗରେ ପୁଲିସ କୁ ସହଯୋଗ କରିବାର ଆବଶ୍ୟକତା ରହିଛି ବୋଲି ମତ ଦେଇଛନ୍ତି ଥାନା ଅଧିକାରୀ ଶ୍ରୀ ସୁଶାନ୍ତ କୁମାର ସେଠୀ | ଜନସାଧାରଣ କୋଭିଡ଼-୧୯ ର ସମସ୍ତ ନିୟମ ପାଳନ କରୁଛନ୍ତି କି ନାହିଁ ସେସବୁକୁ ଧ୍ୟାନ ଦିଆଯିବ ଏବଂ ଅମାନିଆଙ୍କୁ ଉପଯୁକ୍ତ ଦଣ୍ଡ ବ୍ୟବସ୍ଥା କରାଯିବ ବୋଲି ସେ ମତ ବ୍ୟକ୍ତ କରିଛନ୍ତି |
ରିପୋର୍ଟ ସୁକାନ୍ତ କୁମାର ତ୍ରିପାଠୀ ।



