Wednesday, October 14, 2026
Home ଆଞ୍ଚଳିକ କନ୍ଧମାଳ ଜିଲ୍ଲା ର ମହାସିଙ୍ଗି ରେ ପାନୀୟ ଜଳ ର ସଙ୍କଟ

କନ୍ଧମାଳ ଜିଲ୍ଲା ର ମହାସିଙ୍ଗି ରେ ପାନୀୟ ଜଳ ର ସଙ୍କଟ

73

ବାଲିଗୁଡ଼ା ୭/୦୬ (ଜିଲ୍ଲା ଖବର) : ଚାରିଆଡେ ପ୍ରଚଣ୍ଡ ରୌଦ୍ରତାପରେ ଜନ ଜୀବନ ଅସ୍ତବ୍ୟସ୍ତ ହେଉଥିବା ବେଳେ କନ୍ଧମାଳ ଜ଼ିଲ୍ଲାର ବିଭିନ୍ନ ପଂଚାୟତ ରେ ପ୍ରଚଣ୍ଡ ରୌଦ୍ରତାପରେ ଜନ ଜୀବନ ପ୍ରଭାବିତ ହୋଉଛି l କନ୍ଧମାଳ ଜିଲ୍ଲା ର କ. ନୂଆଗାଁ ବ୍ଲକ ର ମହାସିଙ୍ଗି ଗ୍ରାମରେ ପାନୀୟ ଜଳ ସମସ୍ୟା ଦେଖା ଦେଇଛି | ମହାସିଙ୍ଗି ଗ୍ରାମ ପଞ୍ଚାୟତର ତିନୋଟି ୱର୍ଡ ମାଠିଆ ଝୋଲା ସାହି, ବେହେର୍ଦାଲାଈ ସାହି, ପୁରୁଣା ସାହିର ଲୋକେ ଟୋପାଏ ପାଣିପାଇଁ ନିକଟସ୍ଥ ଖଡଗ ନଦୀରେ ଚୁଁଆଂଖୋଳି ପାନୀୟ ଜଳ ସଂଗ୍ରହ କରୁଥିବା ଦେଖିବାକୁ ମିଳିଛି l ଗାଁରେ ପାଣିଟାଙ୍କି ଅଛି କିନ୍ତୁ ଅଧିକାଂଶ ସମୟରେ ଷ୍ଟାଣ୍ଡପୋଷ୍ଟରେ ପାଣି ଆସୁନି | ସ୍ଥାନୀୟ ଲୋକ କ ନୂଆଗାଁ ବିଡିଓ ଓ ସ୍ଥାନୀୟ ସରପଞ୍ଚଙ୍କୁ ଅଭିଯୋଗ କରିଛନ୍ତି l ଖରା ବର୍ଷା ଶୀତ ଋତୁରେ ଗ୍ରାମବାସୀ ଗାଁ ନିକଟରେ ପ୍ରଭାହିତ ଖଡଗ ନଦୀର ଜଳଉପରେ ନିର୍ଭର କରି ଚଳୁଛନ୍ତି ଫଳରେ ବିଭିନ୍ନ ସମୟରେ ହଇଜା ରୋଗରେ ଆକ୍ରାନ୍ତ ହେଉଥିବା ଦେଖିବାକୁ ମିଳୁଛି l ସରକାର ପ୍ରତେକ ଗାଁକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେଉଛନ୍ତି କିନ୍ତୁ ମହାସିଙ୍ଗି ରେ ପାନୀୟ ଜଳ ସଙ୍କଟ ଲାଗିରହିଛି | ମହାସିଙ୍ଗି ରେ ଏକ ସୋଲାର ପାଣି ଟାଙ୍କି ନିର୍ମାଣପାଇଁ ୧୧ ନମ୍ବର ୱର୍ଡ ସଭ୍ୟ ପରମାନନ୍ଦ ବେହେର୍ଦାଲାଈ ପଂଚାୟତ ମହିଳା ମହାସଂଘର ସଭାନେତ୍ରୀ ସୁଷମା ବେହେର୍ଦାଲାଈ ଗୌରାଙ୍ଗ ପାତ୍ର ସମେତ ମହାସିଙ୍ଗ ଗ୍ରାମବାସୀ ମାନେ ପାଣି ର ସମସ୍ୟା ସମାଧାନ ପାଇଁ ଦାବୀ କରିଛନ୍ତି ତୁରନ୍ତ ଏହାର ସମାଧାନ କରାନଗଲେ ଗ୍ରାମବାସୀ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି l

ରିପୋର୍ଟ ସୁକାନ୍ତ କୁମାର ତ୍ରିପାଠୀ ।