Tuesday, October 13, 2026
Home ଆଞ୍ଚଳିକ ଗାଡ଼ିରୁ ୯୧କେଜି ୯୦୦ ଗ୍ରାମ ଗଞ୍ଜେଇ ଜବତ

ଗାଡ଼ିରୁ ୯୧କେଜି ୯୦୦ ଗ୍ରାମ ଗଞ୍ଜେଇ ଜବତ

141

ବାଲିଗୁଡ଼ା ୬/୦୬ (ଜିଲ୍ଲା ଖବର) : ଜିଡିଙ୍ଗିପଙ୍ଗା ଠାରୁ ସାଡୀଙ୍ଗିଆ ଗଞ୍ଜେଇ ଚୋରାଚାଲାଣ ହେଉଥିବା ଖବର ପାଇଥିଲା ବାଲିଗୁଡା ପୋଲିସ୍ । ଖବର ପାଇବା ପରେ ପେଟ୍ରଲିଂ ବ୍ୟବସ୍ଥାକୁ କଡ଼ାକଡ଼ି କରିବାସହିତ ଜିଡିଙ୍ଗିପଙ୍ଗା ଘାଟି ରେ ମୋଟର ସାଇକଲ ଓ ଅଟୋ ଯାଉଥିବା ଦେଖି ପୋଲିସ୍ ଉଭୟ ଗାଡ଼ିକୁ ପିଛାକରି ଥିଲେ | ଗାଡ଼ିକୁ ପିଛାକରି ଜିଡିଙ୍ଗିପଙ୍ଗା ଘାଟି ନିକଟରେ ଅଟୋ କୁ କାବୁ କରିଥିଲା ବେଳେ ଅନ୍ୟ ମାନେ ସେଠାରୁ ବାଇକ ରେ ପଳାଇ ଯାଇଥିଲେ | ଗାଡ଼ିରୁ 91.900 ଗ୍ରାମ ଗଞ୍ଜେଇ ଜବତ କରିଛି ପୋଲିସ ଓ ଅଟୋ ଡ୍ରାଇଭର କୁ ଗିରଫ କରି କେଶ ନଂ 110/ 20 ରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଛି | ଜବତ ହୋଇଥିବା ଗାଡି ର ନମ୍ବର OD 12A 1413 ଥିବା ଜଣା ଯାଇଛି | ଗିରଫ ଅଟୋ ଡ୍ରାଇଭର ବାଲିଗାଡା ଅଂଚଳର ବିନାୟକ କଁହର ବୋଲି ଜଣା ପଡିଛି | ବାଲିଗୁଡା ଅଂଚଳରେ ଲକଡାଉନ ର ଫାଇଦା ଉଠଉଛନ୍ତି ଗଞ୍ଜାଇ ମାଫିଆ ଏହାକୁ ଆଖି ଆଗରେ ରଖି ବାଲିଗୁଡା ଏଡିପିଓ ମାନସ ରଞ୍ଜନ ବାରିକ ଓ iic ପ୍ରଶାନ୍ତ କୁମାର ବେହେରା, DSP ମନୋଜ କୁମାର ପୂଜାରୀ ମିଳିତ ହୋଇ ଅଟୋ କୁ କାବୁ କରିବାରେ ସଫଳ ହୋଇଛନ୍ତି |
ରିପୋର୍ଟ ସୁକାନ୍ତ କୁମାର ତ୍ରିପାଠୀ ।