Wednesday, October 14, 2026
Home ଆଞ୍ଚଳିକ ବାଲିଗୁଡା ପୋଲିସ ଦ୍ୱାରା କରୋନା ଯୋଦ୍ଧାଙ୍କୁ ମାନ ପତ୍ର ଦେଇ ସମ୍ମାନିତ

ବାଲିଗୁଡା ପୋଲିସ ଦ୍ୱାରା କରୋନା ଯୋଦ୍ଧାଙ୍କୁ ମାନ ପତ୍ର ଦେଇ ସମ୍ମାନିତ

210

ବାଲିଗୁଡା ୬ /୦୬ (ଜିଲ୍ଲା ଖବର) : ବାଲିଗୁଡ଼ାରେ କୋଭିଡ୍ ଯୋଦ୍ଧାଙ୍କ ତ୍ୟାଗ, ନିଷ୍ଠା ଓ ପ୍ରତିବଦ୍ଧତାକୁ ସମ୍ମାନ ଜଣାଇ ଆଜି ସମସ୍ତେ ସାମାଜିକ ଦୂରତ୍ଵକୁ ଧ୍ୟାନ ଦେଇ P.W.D ଛକ ମାଁବରାଳଦେବୀ ମନ୍ଦିର ସାମ୍ନାରେ କରୋନା ଯୋଦ୍ଧା କୁ ସମ୍ମାନନିତ କରିଥିଲେ। ପ୍ରାୟ ୧୫ ଜଣଙ୍କୁ S.D.P.O- ମାନସ ରଞ୍ଜନ ବାରିକ, IIC ଶ୍ରୀ ପ୍ରଶାନ୍ତ କୁମାର ବେହେରା ଦ୍ୱାରା ସ୍ମାରକ ପତ୍ର ପ୍ରଦାନ କରାଯାଇ ଥିଲା | ଶାନ୍ତିମୈତ୍ରୀ ର ମୁଖ୍ୟ ଶ୍ରୀ ଭଗବାନ ଜେନା, ବନବାସୀ ସେବାସମୀତି ର ରବିନ୍ଦ୍ର କୁମାର ପଣ୍ଡା, ଶିକ୍ଷା ନିକେତନ ପ୍ରେସିଡେଣ୍ଟ ରାଜ କିଶୋର ପାଢ଼ୀ ,ଅଟୋ ଚାଳକ ସଂଘ ର ସଭାପତି ତାପସ କୁମାର ନାୟକ , କମଳ କୁମାର ଦିଗାଳ ଙ୍କ ସମେତ ଅନେକଙ୍କୁ ସମ୍ମାନନିତ କରାଯାଇଛି । ତେବେ ଏହି ପରିପେଷିରେ କନ୍ଧମାଳ ଜିଲ୍ଲା ବାଲିଗୁଡା ମାଁବରାଳଦେବୀ ମନ୍ଦିର ସାମ୍ନାରେ କୋଭିଡଯୋଦ୍ଧା ଙ୍କୁ ସମର୍ଥନ ପାଇଁ ବହୁ ଜନସାଧାରଣ ଯୋଗଦେଇ ଏକ ରାଫ ସଙ୍ଗୀତ ମାଧ୍ୟମରେ କରୋନା ସଚେତନତା ରଥ ଫ୍ଲାକ କାର୍ଡ ଦେଖେଇ ଲୋକାର୍ପଣ କରିଥିଲେ । ଆଜି ବାଲିଗୁଡା S.D.P.O- ମାନସ ରଞ୍ଜନ ବାରିକ, IIC ଶ୍ରୀ ପ୍ରଶାନ୍ତ କୁମାର ବେହେରା D.S.P- ମନୋଜ କୁମାର ପୂଜାରୀ, ପୋଲିସ କର୍ମଚାରୀ, NAC ଚେରମେନ ଶ୍ରୀ ଲୋକନାଥ ପାଢ଼ୀ, ଶ୍ରୀ ଜୟ ଦେବ ଷଡ଼ଙ୍ଗୀ ଏକ୍ସକୁଟିଭି ଅଫିସର ବାଲିଗୁଡା ର କିଛି ଜନ ସାଧାରଣ ଓ ସମସ୍ତ ସାମ୍ବାଦିକ ଯୋଗ ଦେଇ ସଂଗିତ ମାଧ୍ୟମରେ ସଚେତନତା କରିବା ସହ ଲୋକ ମାନଙ୍କୁ ଉତ୍ସାହିତ କରିଥିଲେ । ବର୍ତ୍ତମାନ ସମୟରେ ଏହାର ଗାନ ଓଡିସା ବାସୀଙ୍କୁ ଅଭୂତପୂର୍ବ ପ୍ରେରଣା ଯୋଗାଇଦେବା ସହ କରୋନା ମହାମାରୀ ଠାରୁ ଦୂରେଇ ରଖିବା ପାଇଁ ପୂର୍ବ ସଂଗୀତ ପରି ଯଥେଷ୍ଟ ପରିମାଣରେ ସାହାଯ୍ୟ କରିପାରିବ ବୋଲି ଆଶା କରାଯାଉଛି।

ରିପୋର୍ଟ ସୁକାନ୍ତ କୁମାର ତ୍ରିପାଠୀ ।