
ବାଲିଗୁଡ଼ା ୬/୦୬ (ଜିଲ୍ଲା ଖବର) : କନ୍ଧମାଳ ଜିଲ୍ଲା କୋଟଗଡ଼ ବ୍ଲକ୍ ଖେରୀନାଳ ଗାଁ ର ଯୋଗେଶ୍ୱର ନାୟକ ଜଣେ ଗରିବ ଦିନ ମଜୁରିଆ ଓ କୁଲି ମଜୁରୀ କରି ପରିବାର ଚଳାଉଛନ୍ତି | ଯୋଗେଶ୍ୱର ନାୟକ କୋଟଗଡ଼ ବ୍ଲକ୍ ଖେରୀନାଳ ର ବାସିନ୍ଦା ଅଟନ୍ତି | ଗଣେଶ୍ୱର ପୁଅର ଦେହ ଖରାପ ହେବାରୁ କୋଟଗଡ଼ ମେଡିକାଲ, ବାଲିଗୁଡା ମେଡିକାଲ ଏହିପରି ବିଭିନ୍ନ ଜାଗାକୁ ପୁଅକୁ ନେଇଥିଲେ | କିନ୍ତୁ ଡାକ୍ତର ପୁଅର ହାର୍ଟ ମଝିରେ କଣା ଥିବା କହିଛନ୍ତି |ସେହି ଦିନ ଠାରୁ ଗଣେଶ୍ୱର ବହୁତ ଦୁଃଖରେ ଅଛନ୍ତି ଓ ପୁଅ ଅଂଶୁମାନ ନାୟକ 6 ବର୍ଷ ବୟସରେ ହାର୍ଟ ଯନ୍ତ୍ରଣାରେ ଦିନ କାଟୁଥିବା ପରିବାର ଲୋକ କହିଛନ୍ତି |ଗଣେଶ୍ୱର ପୁଅ କୁ ବଞ୍ଚେଇବା ପାଇଁ ଜମି ବିକ୍ରିକରି ଟଙ୍କା ଧରି ଫୁଟାପର୍ତି ନେଇ ପହଞ୍ଚି ଥିଲେ | ପୁଟାପର୍ତି 01.07.2016 ମସିହାରେ ନେଇଥିଲେ କିନ୍ତୁ ଡାକ୍ତର ୫ ବର୍ଷ ପରେ ଆସନ୍ତୁ ବୋଲି କହିଥିଲେ | ଅର୍ଥ ଅଭାବ ଯୋଗୁଁ ପୁଅକୁ ଆଉ ପରିବାର ଲୋକେ ନେଇପାରି ନାହାନ୍ତି | ବର୍ତ୍ତମାନ ସରକାରଙ୍କୁ ଗୁହାରି ଜଣେଇଛନ୍ତି ପରିବାର ଲୋକେ | ଓଡ଼ିଶା ସରକାର ଏବଂ କେନ୍ଦ୍ର ସରକାର କିଛି ସାହାଯ୍ୟ କଲେ ପିଲl ବଞ୍ଚିବ ବୋଲି ଆଶା ରଖିଛନ୍ତି ପରିବାର ଲୋକେ |
ରିପୋର୍ଟ ସୁକାନ୍ତ କୁମାର ତ୍ରିପାଠୀ ।


