
ଛତ୍ରପୁର ୬/୦୬ (ଜିଲ୍ଲା ଖବର) : କୋରନା ସାରା ବିଶ୍ୱରେ ତାର କାୟା ବିସ୍ତାର କରି ଚାଲିଛି।ଏହାକୁ ନେଇ ସାରା ବିଶ୍ଵବାସୀ ଭୟଭୀତ ।ଏଥରୁ ଆମ ଦେଶ ବି ବାଦ ପଡ଼ିନାହିଁ।ଏ ନେଇ କେନ୍ଦ୍ର ଓ ରାଜ୍ୟ ସରକାର ଙ୍କ ପକ୍ଷରୁ ଲୋକଙ୍କ ସୁରକ୍ଷା ନିମନ୍ତେ ବିଭିନ୍ନ ପ୍ରକାରର ପଦକ୍ଷେପ ନେଇଛନ୍ତି।ଏହାସହ ରାଜ୍ୟ ରେ ପଞ୍ଚମ ଲକ ଡ଼ାଉନ ଘୋଷଣା କରାଯାଇଛି।ଏ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ନୂତନ ନିୟମ ଲାଗୁ କରାଯାଇଛି।ଜୁନ ମାସ ଅତି ଗରୁତ୍ବପୂର୍ଣ୍ଣ ରହିଥିବାରୁ ସପ୍ତାହରେ ପ୍ରତି ଦୁଇ ଦିନ ଶନିବାର ଓ ରବିବାର ସଟଡାଉନ ଘୋଷଣା କରିଛନ୍ତି। ଯାହା ଫଳରେ ଦୋକାନ ବଜାର, ଗାଡ଼ି ମଟର ଚଳାଚଳ ଓ ସାଧାରଣ ଲୋକଙ୍କ ଚଳ ପ୍ରଚଳ ଉପରେ କଟକଣା ଲଗାଯାଇଛି।ଏହାର ପ୍ରଭାବରେ ଛତ୍ରପୁର ର ମେନରୋଡ଼,ଚଣ୍ଡିଛକ,ଲୱେରବସଷ୍ଟାଣ୍ଡ ଆଦି ଜନ ଗହଳି ସ୍ଥାନ ଗୁଡିକ ଜନ ଶୁନ୍ୟ ଦେଖିବାକୁ ମିଳିଥିଲା।କେବଳ ଔଷଧ ଦୋକାନ ଛାଡି ଅନ୍ୟ ସବୁ ବ୍ୟବସାୟ ପ୍ରତିଷ୍ଟାନ ବନ୍ଦ ଦେଖି ବାକୁ ମିଳିଥିଲା। ଜିଲ୍ଲା ପ୍ରଶାସନ ତରଫରୁ ଡାକ ବାଜି ଯନ୍ତ୍ର ଦ୍ବାରା ଲୋକଙ୍କୁ ନିଜ ନିଜର ଘରେ ରହିବାକୁ କହିଛନ୍ତି।
ରିପୋର୍ଟ ଅଶୋକ ବେହେରା



