Friday, November 13, 2026
Home ଆଞ୍ଚଳିକ ନିଜ ନନ୍ଦ କୂପ ସଫା କଲା ବେଳେ ଦୁଇ ଭାଇ ମୃତ, ପୁତୁରା ଗୁରୁତର

ନିଜ ନନ୍ଦ କୂପ ସଫା କଲା ବେଳେ ଦୁଇ ଭାଇ ମୃତ, ପୁତୁରା ଗୁରୁତର

133

ଜଗନ୍ନାଥ ପ୍ରସାଦ ୬/୦୬ (ଜିଲ୍ଲା ଖବର) : ଗଂଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ରାଉତି ଗ୍ରାମ ପଂଚାୟତ ର ଜଗନ୍ନାଥପାଟଣା ଗାଁ ରେ ଅ।ଜି ସଂଧ୍ୟାରେ ଏକ ଦୁଃଖଦ ଘଟଣା ଘଟିଯାଇଛି । ନିଜ ବାରିପଟେ ଥିବା ଘରର ନନ୍ଦ କୂଅକୁ ସଫା କରୁଥିବା ବେଳେ ଦୁଇ ଭାଇଙ୍କ ଶ୍ଵାସ ରୁଦ୍ଧ ହୋଇ ମୃତ୍ୟୁ ବରଣ ହୋଇଥିବା ବେଳେ ପୁତୁରା ଗୁରୁତର ହେବା ଜଣାପଡିଛି ।
ପ୍ରାଥମିକ ସୂଚନା ଅନୁଯାଇ ଆଜି ସନ୍ଧ୍ୟା ରେ ନିଜ ନନ୍ଦକୁପ ସଫା କରିବା ପାଇଁ ମୋଟର ମାଧ୍ୟମ ରେ ପାଣି ନିଷ୍କାସନ କରିଥଲେ।କୂପ ତଳର ମଇଳା ସଫା କରିବା ପାଇଁ ପ୍ରଥମେ ସାନ ଭାଇ ଟୁକୁନା ପ୍ରଧାନ ଦଉଡ଼ି ଦ୍ୱାରା କୂପ ତଳକୁ ଯାଇ ଥିଲେ, କିଛି ସମୟ ପର୍ଯ୍ୟନ୍ତ ସେ ନ ଫେରିବାରୁ ,ତା ପରେ ପୁତୁରା ବାବୁ ପ୍ରଧାନ ଦାଦା ନ ଫେରିବାରୁ କୂପ ମଧ୍ୟ କୁ ଯାଇ ଥିଲେ କିନ୍ତୁ ସେ ମଧ୍ୟ ନ ଫେରିବାରୁ ଟୁକୁନା ପ୍ରଧାନ ର ବଡ ଭାଇ ତଥା ଅର୍ଥାତ ବାବୁ ପ୍ରଧାନ ର ବାପା କୈଳାଶ ପ୍ରଧାନ କୂପ ଭିତରକୁ ଯାଇ ଥିଲେ,,ତିନିହେଁ ନ ଫେରିବାରୁ ଗ୍ରାମବାସୀ ଟୁକୁନା ଓ ତା ପୁତୁରା ବାବୁ କୁ ଉଦ୍ଧାର କରି ଜଗନ୍ନାଥ ପ୍ରସାଦ ମେଡିକାଲ କୁ ନେଇଥିଲେ,ଓ ଦମକଳ ବାହିନୀ ଆସି କୈଳାଶ ପ୍ରଧାନ କୁ କୂଅ ରୁ ଉଦ୍ଧାର କରି ମେଡିକାଲ କୁ ନେଇଥିଲେ, ଏହି ସମୟରେ ଦମକଳ ବାହିନୀ କର୍ମଚାରୀ ଭି ଗୁରୁତର ହୋଇଥିଲେ।ଚିକିତ୍ସା ପରେ ଡାକ୍ତର ଅଶୋକ କୁମାର ସାବତ, ଦୁଇ ଭାଇ କୈଳାଶ ପ୍ରଧାନ ଓ ଟୁକୁନା ପ୍ରଧାନ କୁ ମୃତ୍ୟୁ ଘୋଷଣା କରିଥିଲେ,ଓ ପ୍ରାଥମିକ ଚିକିତ୍ସା ପରେ ବାବୁ ପ୍ରଧାନ ଗୁରୁତର ଥିବାରୁ ଉଚ୍ଚ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ ମେଡିକାଲ କୁ ଆମ୍ବୁଲାନ୍ସ ଯୋଗେ ପଠାଇଥିଲେ।
ଜଗନ୍ନାଥପ୍ରସାଦ ପୋଲିସ ଘଟଣା ସ୍ଥଳରେ ପହଁଚି ଦୁଇ ମୃତ ଦେହକୁ ଜବତ କରିବା ଶହ ଘଟଣା ର ତଦନ୍ତ ଜାରି ରଖିଛନ୍ତି ।ଜଗନ୍ନାଥ ପ୍ରସାଦ ତହସିଲ ତରଫରୁ ପ୍ରାଥମିକ ତଦନ୍ତ କରା ଯାଇଛି।

ରିପୋର୍ଟ ନିରାକାର ସାହୁ