
ଜଗନ୍ନାଥ ପ୍ରସାଦ ୬/୦୬ (ଜିଲ୍ଲା ଖବର) :
ଗଂଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ଅଞ୍ଚଳର ବହୁ ପୁରାତନ ଜଳ ପ୍ରକଳ୍ପ”ଅରୁଣାଞ୍ଚଳ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ”ମରା ମତି ଅଭାବରୁ ଧ୍ୱଂସାଭିମୁଖୀ ହୋଇଛି।ସୁନ୍ଦର ପ୍ରାକୃତିକ ପରିବେଶ ତଥା ଲଂକାଗଡ ପାହାଡ ର ପାଦ ଦେଶ ରେ ଥିବା ପ୍ରକଳ୍ପ ଟି ଶ୍ରୀ ହୀନ ଦେଖା ଯାଉଛି।ବିଭାଗୀୟ କର୍ମଚାରୀ, ପ୍ରଶାସନ, ଓ ନେତୃ ସ୍ଥାନୀୟ ବ୍ୟକ୍ତି ମାନଙ୍କ ଅବହେଳା ଯୋଗୁଁ ମରା ମତି କାର୍ଯ୍ୟ ହେଇ ପାରୁ ନାହିଁ ବୋଲି ସାଧାରଣରେ ଅଭିଯୋଗ ହେଉଛି।ବହୁତ ବର୍ଷ ହେଲା ପୁନଃରଉଧାର ନ ହେବା ଯୋଗୁଁ ପ୍ରକଳ୍ପ ରେ ପାଣି ସୁଖୀ ଯାଉଛି।ଫଳରେ କେନାଲ ରେ ପାଣି ଜମି କୁ ଯାଇନାହିଁ।କେନାଲ ଶୁଖି ଅଁ। ହେଲାଣି।ଫଳରେ ବହୁ ଚାଷ ଜମି କୁ ଜଳ ଯୋଗାଣ ହେଇ ପାରୁନି।ଅରୁଣାଞ୍ଚଳ ଘାଇ ଠୁ ତଇଲ। ରାସ୍ତା ନିର୍ମାଣ ପାଇଁ 5 ଲକ୍ଷ ଟଙ୍କା ବ୍ୟୟ ଅଟକଳ ରେ ରାସ୍ତା ମରାମତି ହୋଇଛି ବୋଲି ଜଗନ୍ନାଥ ପ୍ରସାଦ ବ୍ଲକ ପ୍ରଶାସନ ତରଫରୁ ସୂଚନା ଫଳକ ମରାଯାଇଥିଲେ ମଧ୍ୟ ମରାମତି କାର୍ଯ୍ୟ ର ଆରମ୍ଭ ତାରିଖ, ଶେଷ ତାରିଖ,ଲେଖା ଯାଇ ନାହିଁ,ରାସ୍ତା ମରାମତି ର ନା ଗନ୍ଧ ନାହିଁ, ଉକ୍ତ ରାସ୍ତା ମରାମତି ଦୁର୍ନୀତି ର ତଦନ୍ତ କରାଯାଉ ବୋଲି ସାଧାରଣରେ ଦାବି ହେଉଛି।ଉକ୍ତ ଅରୁଣାଞ୍ଚଳ ଘାଇ ରେ ଭଞ୍ଜ ରାଜା ଙ୍କ ଅମଳରୁ ରାଣିଗଣ୍ଡ ର ଇତିହାସ ର ପୁନଃରଉଧାର
ହେବା ର ମଧ୍ୟପାଇଁ ଆବଶ୍ୟକତା ରହିଛି।ତେଣୁ ତୁରନ୍ତ “ଅରୁଣାଞ୍ଚଳ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ”ର ପୁନଃରଉଧାର ପାଇଁ ବିଭାଗ, ପ୍ରଶାସନ, ଓ ନେତୃ ସ୍ଥାନୀୟ ବ୍ୟକ୍ତି ପ୍ରଚେଷ୍ଟା କରିବା ସହ ଅରୁଣାଞ୍ଚଳ ଘାଇ ରାସ୍ତା ଠାରୁ ତଇଲା ରାସ୍ତା ମରାମତି ପାଇଁ ହୋଇଥିବା ଖର୍ଚ୍ଚ ର ଉଚସ୍ତରୀୟ ତଦନ୍ତ କରିବା ପାଇଁ ଚାଷୀ ଓ ବୁଦ୍ଧିଜୀବୀ ମହଲରୁ ଦୃଢ ଦାବି ହେଉଛି ।
ରିପୋର୍ଟ ନିରାକାର ସାହୁ



