Friday, November 13, 2026
Home ଆଞ୍ଚଳିକ ବି. ଡି.ପୁର ରେ ଦେବସ୍ନାନ ପୂର୍ଣ୍ଣିମା ଓ ବିଶ୍ୱ ପରିବେଶ ଦିବସ ପାଳିତ

ବି. ଡି.ପୁର ରେ ଦେବସ୍ନାନ ପୂର୍ଣ୍ଣିମା ଓ ବିଶ୍ୱ ପରିବେଶ ଦିବସ ପାଳିତ

79

ଜଗନ୍ନାଥ ପ୍ରସାଦ-୬/୬ ( ଜିଲ୍ଲା ଖବର) : ଜଗନ୍ନାଥପ୍ରସାଦ ବ୍ଲକ ଅନ୍ତର୍ଗତ ବି.ଡି.ପୁର ଗ୍ରାମ ପଂଚାୟତରେ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଓ ବିଶ୍ୱ ପରିବେଶ ଉପଲକ୍ଷେ ବି.ଡି.ପୁର ର ତେନ୍ତୁଳିଆ ଶାସନ ଦେବସ୍ଥାନ ମହାବିଦ୍ୟାଳୟ,ଚନ୍ଦ୍ର ଶେଖର କୃଷି ଉଚ୍ଚ ବିଦ୍ୟାଳୟ ଏବଂ ଚନ୍ଦ୍ର ଶେଖର ଆଞ୍ଚଳିକ ବାଳିକା ଉଚ୍ଚ ବିଦ୍ୟାଳୟ ତିନିଟିଯାକ ସଂଘରୋଧ ଗୃହ ରେ ଥିବା ସୁରତ ଫେରନ୍ତା ଅନ୍ତଃବାସୀ ମାନଙ୍କ ପାଇଁ ଏକ ସଚେତନ କାଯ୍ୟକ୍ରମ କରାଯାଇଥିଲା। ଏହି କାଯ୍ୟକ୍ରମ ରେ ଅବସର ପ୍ରାପ୍ତ ବନକର୍ମଚାରୀ ତଥା ମୁଖ୍ୟ ସଂଯୋଜକ ଭାବେ ଶୂଳପାଣି ଶତପଥୀ ଯୋଗ ଦେଇଥିବା ବେଳେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ କ୍ଷେତ୍ରୀୟ ବରପୁର ମହାବିଦ୍ୟାଳୟ ଅଧ୍ୟାପକ ବି.ଗୋବିନ୍ଦ ରାଓ ମଧ୍ୟ ଯୋଗ ଦେଇ ଥିଲେ।ହାତ ଧୋଇବା ପାଇଁ ୬ ଗୋଟି ସୂତ୍ର ବାଲ୍ଟି,ସାବୁନ ରଖି ବୁଝାଇ ଥିଲେ ।ତା ସାଙ୍ଗେ ସାଙ୍ଗେ ଶୂଳପାଣି ଶତପଥୀ ଓ ସାସଂଦ ପ୍ରତିନିଧି ବିପ୍ର ଚରଣ ବାରିକ ଗଛ ଲଗାଇବା ଦ୍ୱରା ପରବେଶ ଭଲ ହୋଇଥାଏ ଏବଂ ଭୂକମ୍ପ ଠାରୁ ଆରମ୍ଭ ବିଭିନ୍ନ ପ୍ରକୃତିକ ବିପର୍ଯୟ ଓଡିଶା କୁ ଗ୍ରାସ ରୁ ମୁକ୍ତି ମିଳିଥାଏ ବୋଲି କହିଥିଲେ। ମାନ୍ୟବର
ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଦେଇଥିବା କୋରାନ ବାତ୍ତା କୁ କିପରି ପାଳନ କରିବା ସେ ବିଷୟରେ ବୁଝାଇ ଥିଲେ ଏବଂ ତା ସହିତ ମୁଖ୍ୟମନ୍ତ୍ରୀ ଙ୍କ ବାତ୍ତା ଏବଂ ଜଙ୍ଗଲ ପରିବେଶ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ବାତ୍ତା ଖବର କାଗଜ ରୁ cut piece ବାହାର କରି ଅନ୍ତଵାସୀ ମାନକୁ ବଣ୍ଟନ କରାଯାଇ ଥିଲା । ତା ସାଙ୍ଗେ ସାଙ୍ଗେ କୁନି କଣ୍ଠ ଶିଳ୍ପୀ ପ୍ରାର୍ଥନା ଚାଁନେଲ ର ରାଜ୍ୟ 2ୟ ପୁରସ୍କାର ପ୍ରାପ୍ତ ଶ୍ରୀ ବିଶ୍ୱଜିତ ମହାରଣା ଦେବସ୍ନାନ ପୂର୍ଣ୍ଣିମା ଉପଲକ୍ଷେ ତିନିଟା ଯାକ ସଂଘରୋଧ କେନ୍ଦ୍ର ରେ ଦୁଇଟି ଲେଖାଁଏ ଭଜନ ଗାନ କରି ସମସ୍ତଙ୍କୁ ମନ ମୁଗ୍ଧ କରିବା ସହିତ ଭଜନ ଦୂରା ଆଧ୍ୟାତ୍ମିକ ପରିବେଶ ସୁଷ୍ଟି କରିଥିଲେ ଏବଂ ପ୍ରଶାନ୍ତ କୁମାର ପ୍ରଧାନ ଯିଏ କି ଜଣେ ସ୍ୱେଚ୍ଛାସେବି ତାଙ୍କର ସହଯୋଗୀ ମାନଙ୍କ ସହିତ ଆସି ବି.ଡି.ପୁର ସଂଘରୋଧ କେନ୍ଦ୍ର ରେ ଥିବା ଅନ୍ତଵାସୀ ମାନଂକୁ ସଚେତନ କରିଥିଲେ । ସରପଞ୍ଚ କୃଷ୍ଣ ଚନ୍ଦ୍ର ରଥ ସମସ୍ତଂକୁ ସ୍ବାଗତଂ କରିବା ସହିତ ସଚେତନ କରିଥିଲେ।
ଯୁବ ସମିତି ସଭ୍ୟ ଅମିର କୁମାର ସ୍ୱାଇଁ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ। ଗ୍ରାମପଂଚାୟତ ନିର୍ବାହି ଅଧିକାର ପ୍ରଦୀପ କୁମାର ପ୍ରଧାନ ଓ ଜି.ଆର.ଏସ୍ ସରୋଜ କୁମାର ନାୟକ ସଂଘରୋଧ ଥିବା ଶିକ୍ଷକ ଶିକ୍ଷୟତ୍ରୀ ଅଙ୍ଗନବାଡି କର୍ମଚାରୀ, ଆଶା ଦିଦି ବି.ଡି.ପୁର ସହର ବ୍ୟବସାୟୀ ସଂଘ ର ଜନସାଧାରଣ ଯୋଗ ଦେଇଥିଲେ ।ଅଭିମନ୍ୟୁ ସ୍ୱାଇଁ, ଜିତେନ୍ଦ୍ର ରଥ, ନାରାୟଣ ମହାରଣା ଶିଶିର ସ୍ୱାଇଁ, ପ୍ରଭାତ କୁମାର ବାରିକ ପ୍ରମୁଖ ଯୋଗ ଦେଇଥିଲେ।

ରିପୋର୍ଟ ନିରାକାର ସାହୁ