
ବାଲିଗୁଡ଼ା ୫/୦୬ (ଜିଲ୍ଲା ଖବର) : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଅଞ୍ଚଳରୁ ଗଞ୍ଜେଇ ଚାଲାଣ କରୁଥିବା ବେଳେ ଖଜୁରୀପଡ଼ା ପୋଲିସ ଗତକାଲି ଏକ ମୋଟରସାଇକେଲରେ ୧୧ କେଜି ଗଞ୍ଜେଇ ଚାଲାଣ କରୁଥିବା ବେଳେ ଖଣ୍ଡପଡ଼ା ଥାନା ଅଞ୍ଚଳ ଦୁଇ ଯୁବକ ଙ୍କୁ ଗାଡି ସହିତ ଗିରଫ କରିଛନ୍ତି। ସେମାନଙ୍କୁ ଗିରଫ କରି କେଶ ନଂ ୫୦/୨୦ ରେ ମାମଲା ରୁଜୁ କରିଛନ୍ତି | ମାମଲା ର ତଦନ୍ତ ଦାଇତ୍ୱ ସବଇନସ୍ପେକ୍ଟର ଉଦ୍ଧବ କୁମାର ଯାନୀଙ୍କୁ ହସ୍ତାନ୍ତର କରାଯାଇ ତଦନ୍ତ ଚାଲିଥିବା ସୂଚନା ଥାନାଅଧିକାରୀ ଶ୍ରୀ ପାତ୍ର ପ୍ରଦାନ କରିଛନ୍ତି । ଖଜୁରୀପଡ଼ା ଅତିରିକ୍ତ ତହସିଲଦାର ଶ୍ରୀ ମନୋଜ କୁମାର ପାଢ଼ୀଙ୍କ ଉପସ୍ଥିତରେ ଜବତ୍ ହୋଇଥିବା ଗଞ୍ଜେଇକୁ ସିଲ କରାଯାଇ କୋର୍ଟ ଚାଲାଣ କରାଯାଇଛି ।
ରିପୋର୍ଟ ସୁକାନ୍ତ କୁମାର ତ୍ରିପାଠୀ ।



