Sunday, October 11, 2026
Home ଆଞ୍ଚଳିକ ଗ୍ରାମବାସୀ ଙ୍କ ମିଳିତ ଉଦ୍ୟମରେ ତିଆରି ହେଲା କାଠ ପୋଲୋ

ଗ୍ରାମବାସୀ ଙ୍କ ମିଳିତ ଉଦ୍ୟମରେ ତିଆରି ହେଲା କାଠ ପୋଲୋ

31

ବାଲିଗୁଡ଼ା ୫/୦୬ (ଜିଲ୍ଲା ଖବର) : କ ନୂଆଗାଁ ବ୍ଲକ ଲେତିଙ୍ଗିଆ ଗ୍ରାମପଞ୍ଚାୟତ ୩ ନମ୍ବର ୱାର୍ଡ ଡ଼େପପାଡା ଗ୍ରାମରେ କନ୍ଧମାଳ ଜିଲ୍ଲାର ସଞ୍ଜୁଗଡା ନାଳ ସେପଟେ ଡ଼େପାପାଡା ଗ୍ରାମର କାଞ୍ଜାମେଣ୍ଡି ପଞ୍ଚାୟତର କୁଟିକିଆ ଗ୍ରାମ ଓ ଡପାର ଗାଁ ଲୋକ ରହିଥାନ୍ତି । ଏମାନଙ୍କୁ ଏହି ନାଳ ଦେଇ ସବୁବେଳେ ଯିବା ଆସିବା କରିଥାନ୍ତି । ବର୍ଷା ଦିନ ଆସିଲେ ସ୍କୁଲ, କଲେଜ, ଅଙ୍ଗନୱାଡ଼ି, ବଜାର ଯିବା ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥାଏ | ପ୍ରଶାସନକୁ ବାରମ୍ବାର ଅଭିଯୋଗ କଲା ପରେ ମଧ୍ୟ ପ୍ରଶାସନ ନ ଶୁଣିବାରୁ ଗ୍ରାମବାସୀ ମାନେ ମିଳିମିଶି ତିଆରି କଲେ ଏକ କାଠ ରେ ତିଆରି ପୋଲ ଏଠାରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । କାଠ ପୋଲ କାମ ନେଇ ସରପଞ୍ଚ ଅଞ୍ଜୁତା ପ୍ରଧାନଙ୍କୁ ଯୋଗାଯୋଗ କରିବାରୁ ସେ କହିଲେ ଲକଡାଉନ ଯୋଗୁଁ କୌଣସି ବୈଠକ ହୋଇନାହିଁ ଲକଡାଉନ ସରିଲା ପରେ ବୈଠକ ହେଲେ ଏହି ପୋଲ ନିର୍ମାଣ ପାଇଁ ଅନୁମୋଦନ କରାଯିବ ବୋଲି ସେ ମତ ପ୍ରକାଶ କରିଥିଲେ |

ରିପୋର୍ଟ ସୁକାନ୍ତ କୁମାର ତ୍ରିପାଠୀ ।