
ବାଲିଗୁଡ଼ା ୫/୦୬ (ଜିଲ୍ଲା ଖବର) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ନିକଟସ୍ତ ଗାୟତ୍ରୀ ପରିବାର ପକ୍ଷରୁ ଏକ ସ୍ୱାବଲମ୍ବନ ତାଲିମ୍ କେନ୍ଦ୍ର ୧ ତାରିଖ ଦିନ ଉଦଘାଟନ ହେଇଯାଇଛି । ଗାୟତ୍ରୀ ଶକ୍ତି ପୀଠ ବାଲିଗୁଡା, କଲ୍ୟାଣ ମଣ୍ଡପଠାରେ ଏହି କାର୍ଯ୍ୟକ୍ରମ ଗାୟତ୍ରୀ ପରିବାର ତରଫରୁ ଅନୁଷ୍ଠିତ ହେଇଥିଲା । ବାଲିଗୁଡ଼ା ର NAC ଅଧ୍ୟକ୍ଷ ଲୋକନାଥ ପାଢ଼ୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ତାଲିମ କେନ୍ଦ୍ର ଟି ଉଦ୍ଘାଟନ କରିଥିଲେ । ଏହି ଅବସରରେ ଗାୟତ୍ରୀ ପରିବାର ର ସମସ୍ତ ସଦସ୍ୟ ଯୋଗଦେଇ ଥିଲେ | ଗାୟତ୍ରୀ ପରିବାର ର ମୁଖ୍ୟ ବକ୍ତା ଅନ୍ତର୍ଯ୍ୟାମୀ ବେହେରା ମୁଖ୍ୟ ସଭା ର ଆୟୋଜନ କରିଥିଲେ । ଏଥିରେ ସମସ୍ତ ବର୍ଗର ଝିଅ, ସ୍ତ୍ରୀ ଲୋକ ମାନେ ମାଗଣାରେ ସିଲେଇ ତାଲିମ ପାଇପାରିବେ ବୋଲି ସେ ମତ ରଖିଥିଲେ | ଗାୟତ୍ରୀ ପରିବାର ପକ୍ଷରୁ ଏପରି ମନ୍ତବ୍ୟ ଦେଇଥିବାବେଳେ ସ୍ଥାନୀୟ ଅଞ୍ଚଳର ଲୋକମାନେ ଗାୟତ୍ରୀ ପରିବାର କୁ ଧନ୍ୟବାଦ ଜଣେଇଥିଲେ ।
ରିପୋର୍ଟ ସୁକାନ୍ତ କୁମାର ତ୍ରିପାଠୀ ।



