
ବାଲିଗୁଡ଼ା ୫/୦୬ (ଜିଲ୍ଲା ଖବର) : ସରକାରୀ ନିୟମ ଓ କଟକଣାକୁ ଭୁଲିଗଲେ ସାମାଜିକ ଦୂରତା ଖୋଦ ସରପଞ୍ଚ ଏହିଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଜ଼ିଲ୍ଲା କୋଟଗଡ ଥାନା ଅନ୍ତର୍ଗତ ମାଦାଗୁଡା ଗ୍ରାମ ପଂଚାୟତର ବୁଡ଼ାବଗୁଡା ଗାଁରେ ବୁଧୁବାର ଦିନ | ସରପଞ୍ଚ ଏରିଷ୍ଟ ମଲିକ ଏକ ଭୋଜିଭାତର ଆୟୋଜନ କରି ଅତିଥିଙ୍କୁ ଆପ୍ୟାୟୀତ କରିଛନ୍ତି | ନଥିଲା ସାମାଜିକ ଦୂରତା ନା କେହି ମାସ୍କ ପିନ୍ଧିଥିଲେ ଭୋଜିରେ ବହୁ ବନ୍ଧୁ ବାନ୍ଧବ ରୁଣ୍ଡ ହୋଇ ଭୋଜିଖାଉଥିଲେ | ଭୋଜି ଭାତରେ ବହୁ ସଂଖ୍ୟାରେ ବନ୍ଧୁ ବାନ୍ଧବ ଅତିଥି ଭୋଜିଖାଇ ଯାଇଥିଲେ | କେହିବି ଡରିନଥିଲେ କଟକଣା କୁ କେହି ବି ମାନିନଥିଲେ ସରକାରୀ ନିୟମ କୁ ଦୀର୍ଘ ତିନିମାସ ଧରି ମାନିଥିବା ନିୟମ କୁ ଜ଼ିଲ୍ଲାପାଳ ଦାୟିତ୍ୱରେ ଥିବା ସରପଞ୍ଚଙ୍କ ଦାୟିତ୍ୱହୀନ କାର୍ଯ୍ୟକୁ ନିନ୍ଦା କରାଯାଇଛି ପ୍ରଶାସନ ଏହାର ତଦନ୍ତ କରି ଆଇନ ଅନୁଯାଇ କାର୍ଯ୍ୟାନୁଷ୍ଠାନ ନେବାକୁ ବିଭିନ୍ନ ବୁଦ୍ଧିଜୀବୀ ମହଲରେ ଦାବୀ ହୋଇଛି l
ରିପୋର୍ଟ ସୁକାନ୍ତ କୁମାର ତ୍ରିପାଠୀ



