Sunday, October 11, 2026
Home ଆଞ୍ଚଳିକ ବାଲିଗୁଡା ରେ NAC ବୈଠକ ଓ ଉନ୍ନୟନ କାର୍ଯ୍ୟ ସମୀକ୍ଷା

ବାଲିଗୁଡା ରେ NAC ବୈଠକ ଓ ଉନ୍ନୟନ କାର୍ଯ୍ୟ ସମୀକ୍ଷା

58


ବାଲିଗୁଡା ୩/୬ (ଜିଲ୍ଲା ଖବର) : ବାଲିଗୁଡା ଏନଏସି ସଭାଗୃହ ଉନ୍ନୟନ ବୈଠକରେ ବାଲିଗୁଡା ବିଧାୟକ ଚକ୍ରମଣି କହଁର ଯୋଗ ଦେଇ ସହରର ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଥିଲେ। ଅଧ୍ୟକ୍ଷ ଲୋକନାଥ ପାଢ଼ୀଙ୍କ ସଭାପତିତ୍ବରେ ଅନୁଷ୍ଠିତ କାଉନସିଲ ବୈଠକରେ ବାଲିଗୁଡା ବିଜ୍ଞପିତ ଅଞ୍ଚଳ ପରିଷଦର ବିଭିନ୍ନ ମୌଳିକ ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇ ଥିଲା। ଏଥିରେ ୧୩ଟି ୱାର୍ଡରେ ଥିବା ବିଭିନ୍ନ ମୌଳିକ ସମସ୍ୟା ସମ୍ପର୍କରେ କାଉନସିଲର ମାନେ ବୈଠକରେ ତଥ୍ୟ ଉପସ୍ଥାପନା କରିଥିଲେ। ବୈଠକରେ ମୁଖ୍ୟତଃ ପାନୀୟ ଜଳ ସମସ୍ୟା, ଡ୍ରେନ ମରାମତି, ରାସ୍ତାଘାଟ ମରାମତି, ସହରର ସୌନ୍ଦର୍ଯ୍ୟକରଣ ସମ୍ପର୍କରେ ଆଲୋଚନା ହୋଇଛି । ଏହି ବୈଠକରେ ନିର୍ବାହି ଅଧିକାରୀ ଜୟଦେବ ଷଡଙ୍ଗି, ପରିମଳ ଅଧିକାରୀ ରାଜକିଶୋର ସାହୁ,ଏବଂ ଅନ୍ୟାନ୍ୟ କେତେକ କାଉନସିଲର ଉପସ୍ଥିତ ଥିଲେ।

ରିପୋର୍ଟ ସୁକାନ୍ତ କୁମାର ତ୍ରିପାଠୀ