
ବାଲିଗୁଡ଼ା ୩/୦୬ (ଜିଲ୍ଲା ଖବର) : ମଙ୍ଗଳବାର ଦିନ କନ୍ଧମାଳ ଜିଲ୍ଲା ରେ ଅଳ୍ପ କେତୋଟି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇଥିଲା | ଚକାପାଦ ବ୍ଲକ ନୂଆସାହିରେ ମଙ୍ଗଳବାର 02.06.20 ତାରିଖ ଦିନ ହୋଇଥିବା ଘଡ଼ଘଡ଼ି ସହ ବର୍ଷାରେ ବଜ୍ରପାତ ଘଟି ସୁମନ୍ତ ବିଶୋଇ ଙ୍କର ମୂର୍ତ୍ୟୁ ହୋଇଯାଇଛି। ହଠାତ୍ ଘଡ଼ଘଡ଼ି ସହ ବର୍ଷା ଆରମ୍ଭ ହୋଇଥିଲା | ସୁମନ୍ତ ଙ୍କ ସ୍ତ୍ରୀ ଘର କାମରେ ବ୍ୟସ୍ତ ଥିଲା ବେଳେ ସୁମନ୍ତ ବିଶୋଇ ନିଜଘର ବାରଣ୍ଡା ରେ ବସି ଥିଲେ ହଠାତ ବିଜୁଳି ମାରି ଥିଲା ସୁମନ୍ତ ବିଶୋଇ ଚିତ୍କାର କରିଥିଲେ ତାଙ୍କର ସ୍ତ୍ରୀ ପାଟିଶୁଣି ଆସି ଦେଖିବା ବେଳେ ସୁମନ୍ତଙ୍କର ପ୍ରାଣବାଯୁ ଉଡ଼ିଯାଇଥିଲା। ଏଭଳି ଘଟଣା ଘଟିବା ପରେ ନୂଆ ସାହିରେ ଦୁଖର ଛାୟା ଖେଳି ଯାଇଛି।
ରିପୋର୍ଟ ସୁକାନ୍ତ କୁମାର ତ୍ରିପାଠୀ ।



