Friday, November 13, 2026
Home ଆଞ୍ଚଳିକ ବିଜୁ ଜନତା ଦଳ ତରଫରୁ ଚନ୍ଦ୍ରପୁରରେ ସ୍ବେଚ୍ଛାକୃତ ରକ୍ତଦାନ

ବିଜୁ ଜନତା ଦଳ ତରଫରୁ ଚନ୍ଦ୍ରପୁରରେ ସ୍ବେଚ୍ଛାକୃତ ରକ୍ତଦାନ

27

ଚନ୍ଦ୍ରପୁର ୩/୦୬ (ଜିଲ୍ଲା ଖବର) : ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ବ୍ଲକରେ ବିଜୁ ଜନତା ଦଳ ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ଜଗନ୍ନାଥ ସାରକା ଓ ରାଜ୍ୟ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଉପଦେଷ୍ଟା ଶ୍ରୀଯୁକ୍ତ ସୁଧୀର ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଏହି ରକ୍ତଦାନ ଶିବିରକୁ ଉଧଘାଟନ କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ଚନ୍ଦ୍ରପୁର ବ୍ଲକର ପୂର୍ବତନ ସଭାପତି ତଥା ବରିଷ୍ଠ ବିଜେଡି ନେତା ଶ୍ରୀଯୁକ୍ତ ପ୍ରମୋଦ କୁମାର ସାହୁକାର,ବର୍ତ୍ତମାନର ସଭାପତି ଶ୍ରୀ ଚତ୍ତରଂଜନ ନାଲା ଓ ବ୍ଲକର ଅନ୍ୟ ପଦାଧିକାରୀଗଣ ଉପସ୍ଥିତ ରହି ସମସ୍ତ କାର୍ଯ୍ୟର ସମ୍ପାଦନା କରିଥିଲେ।ରକ୍ତଦାନ ମହତ ଦାନ,ଏହି ପୂର୍ଣ୍ନ୍ୟ କାର୍ଯ୍ୟକାରୀ ଚନ୍ଦ୍ରପୁର ବ୍ଲକର ଅଧିବାସୀ ସାରା ରାଜ୍ୟକୁ ଏକ ଭଲ ସନ୍ଦେଶ ଦେବା ସହ ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିଛନ୍ତି।ଚନ୍ଦ୍ରପୁର ଅଂଚଳ ବିଭିନ୍ନ ଉନ୍ନୟନ କ୍ଷେତ୍ରରେ ରାଜ୍ୟରେ ପଛୁଆ ଅଞ୍ଚଳ ହୋଇପାରେ କିନ୍ତୁ ରାଜ୍ୟର ଆବଶ୍ୟକତା ସମୟରେ ତା’ର ଗୁରୁ ଦାୟିତ୍ୱକୁ ସେ ସବୁବେଳେ ନିଷ୍ଠାର ସହ କରିଥାଏ।ଆଜି ଏହାର ଉଦାହରଣ ବିଜୁ ଜନତା ଦଳର ଅଗଣିତ ଯୁବକ ଆଉ ସେମାନଙ୍କ ରକ୍ତଦାନ।ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ସାରକା ଓ ରାୟଗଡା ଜିଲ୍ଲା ବିଜେଡି ଦଳର ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଦାସଙ୍କ ବଳିଷ୍ଠ ନେତୃତ୍ୱ ଫଳରେ ଜିଲ୍ଲାର ବିଭିନ୍ନ ଅଂଚଳରେ ଯୁବକ ମାନଙ୍କ ଦ୍ୱାରା ରକ୍ତଦାନ ଭଳି ଏକ ମହତ କାମ କ୍ରମାଗତ ଭାବେ ହୋଇ ଚାଲିଛି।ଏବେ ଅନେକ ଅଞ୍ଚଳରେ ରକ୍ତର ଘୋର ଅଭାବ ଦେଖିବାକୁ ମିଳୁଥିଲା।ବିଜୁ ଜନତା ଦଳର ଯୁବ ସଂଗଠନ ଏହି ସାମାଜିକ ଦାୟିତ୍ୱକୁ ନିଜ ଉପରକୁ ନେଇ ନିଷ୍ଠା ଓ ସମର୍ପଣର ପ୍ରତିବଧତା ଦେଖାଇଛନ୍ତି।ଆଜିର ରକ୍ତଦାନ ଶିବିରରେ ମୋଟ ୬୦ ଜଣ ବ୍ୟକ୍ତି ରକ୍ତ ଦାନ କରିଥିଲେ।ସେଥି ମଧ୍ୟରୁ ସିଆରପିଏଫ ଯବାନ ୧୭ଜଣ,ଚନ୍ଦ୍ରପୁର ପୋଲିସ ୪ଜଣ , ବିଜୁ ଜନତାଦଳର ୩୯ ଜଣ କର୍ମୀ ସାମିଲ ଥିଲେ।ଏହି ଶିବିରକୁ ସମ୍ମାନିତ ଅତିଥିଭାବେ ଗୁଣୁପୁର ପିଏଆଇଟିଡ଼ିଏ ଗୋରାଚାନ୍ଦ ଗୋମାଙ୍ଗ,ଚଂଦ୍ରପୁରରେ ଅବସ୍ଥାପିତ ସିଆରପିଏଫ ୮ମ ବାଟାଲୀୟନର କମାଣ୍ଡାଣ୍ଟ ଶ୍ରୀ ବିଜୟ ଆନନ୍ଦ ସ୍ୱରୂପ,ଚନ୍ଦ୍ରପୁର ଆଇଆଇସି ଶ୍ରୀ ସୁନୀଲ ଅରୁଣ କୁମାର ଯୋଗଦେଇ ସିବିରାର୍ଥୀ ତଥା ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ।

ରିପୋର୍ଟ ସନାତନ ନାୟକ