
ଛତ୍ରପୁର ୦୩/୦୬ (ଜିଲ୍ଲା ଖବର) : ଛତ୍ରପୁର ଜାତୀୟ ରାଜପଥରେ ଜଣେ ସ୍ଵଳ୍ପ ଦୃଷ୍ଟିବାଧିତ ବ୍ୟକ୍ତିଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରି ମାନବିକତା ଦେଖାଇଲେ ଯୁବ
ସାମ୍ବାଦିକ ।
ଘଟଣାରୁ ଜଣାପଡ଼ିଛି ଯେ ଛତ୍ରପୁର
ସତ୍ୟବାଦୀନଗର ସମ୍ମୁଖ ଜାତୀୟ ରାଜପଥ କଡ଼ରେ ଚମାଖଣ୍ଡି ଗ୍ରାମର ଏସ.ମାଧବ ରେଡ୍ଡୀ (୪୨) ନାମକ
ସ୍ୱଳ୍ପ ଦୃଷ୍ଟିବାଧିତ ଯୁବକ ଅଚେତ ଅବସ୍ଥାରେ ପଡିଥିବା ବେଳେ ଛତ୍ରପୁର ର ଯୁବ ସମ୍ବାଦିକ ପ୍ରଶାନ୍ତ କୁମାର ମହାରଣା ଏହା ଦେଖି ଜାତୀୟ ରାଜପଥରେ କାମ କରୁଥିବା ଶ୍ରମିକମାନକୁ ଡାକି ଅଚେତ ଅବସ୍ଥାରେ ପଡିଥିବା ମାଧବଙ୍କୁ ଉଦ୍ଧାର କରି 108 ଆମ୍ବୁଲାନ୍ସ ଦ୍ଵାରା ଛତ୍ରପୁର ମେଡିକାଲ କୁ ଚିକିତ୍ସା ନିମନ୍ତେ ପଠାଇଥିଲେ।
ଏହି କାଯ୍ୟ ରେ ସମ୍ପୂର୍ଣ୍ଣ ମାତ୍ରାରେ ଦୁଇ ଜଣ ରାଜ ନେତା ସହଯୋଗ କରିଥିଲେ ।
ରିପୋର୍ଟ ଅଶୋକ ବେହେରା ।


