Thursday, October 15, 2026
Home ଆଞ୍ଚଳିକ କଳାକାର ଙ୍କ ଦୁଃଖଦ ଜୀବନ କୁ ନେଇ ଏକ ଭିଡ଼ିଓ ଆଲବମ ଉନ୍ମୋଚିତ୍ତ

କଳାକାର ଙ୍କ ଦୁଃଖଦ ଜୀବନ କୁ ନେଇ ଏକ ଭିଡ଼ିଓ ଆଲବମ ଉନ୍ମୋଚିତ୍ତ

79

ବାଲିଗୁଡା ୩/୦୬ (ଜିଲ୍ଲା ଖବର) : ସାରା ଦେଶରେ କରୋନା ମହାମାରୀ ବୃଦ୍ଧି ପାଇଥିଲା ବେଳେ ଓଡିଶାରେ ମଧ୍ୟ ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିପାଇଛି ଫଳରେ ରାଜ୍ୟରେ ଲକଡାଉନ ସମୟରେ କଳାକାରଙ୍କ ଜୀବନ ଜୀବିକା ଭାଙ୍ଗି ପଡିଛି | କେତେକ କଳାକାରଙ୍କ ପରିବାରରେ ଚୁଲିଜଳିବା କଷ୍ଟ ହୋଉଛି ସରକାର କିଛି ହାତଗଣତି ବରିଷ୍ଠ କଳାକାରଙ୍କୁ ଭତ୍ତା ପ୍ରଦାନ କରିଥିବା ବେଳେ ଦୁସ୍ଥ କଳାକାରଙ୍କ ଜୀବନ କେମିତି କଟୁଛି ତାହାର ବାସ୍ତବତାକୁ ନେଇ ଏକ ଭିଡ଼ିଓ ଆଲଵମ ପ୍ରସ୍ତୁତ କରିଛନ୍ତି | ବାଲିଗୁଡା ଥାନା ଅଧିକାରୀ ପ୍ରଶାନ୍ତ କୁମାର ବେହେରାଙ୍କ କରକମଳରେ ମ୍ୟୁଜିକ ଭିଡ଼ିଓ ଆଲବମର ଶୁଭ ଉନ୍ମୋଚନ ହୋଇଯାଇଛି ଭିଡ଼ିଓରେ ବାଲିଗୁଡାର ଜଣାଶୁଣା ସଂଗଠନ ସାରେଗାମା ମ୍ୟୁଜିକ ଉକ୍ତ ଭିଡ଼ିଓ ଆଲବମ ରେ ଗୀତିକାର ମିଟୁ ମାନସ ସଂଗୀତରେ ସଜାଇଛନ୍ତି ମାନସ କୁମାର ଏବଂ କଣ୍ଠଦାନ କରିଛନ୍ତି ଯାତ୍ରା ଜଗତର ଜଣାଶୁଣା କଣ୍ଠଶିଳ୍ପୀ ଅମୀର କୁମାର ଓ ପ୍ରlଯୋଜକ ଭାବେ ମିଟୁ ମହାନ୍ତି ଓ ଚିତ୍ରନାଟ୍ୟ ନିର୍ଦେଶନା ଭାର ତୁଲାଇ ଥିଲେ ରଂଜିତ କୁମାର ମୁଖୀ ଅଭିନୟରେ ରଂଜିତ ମୁଖୀ ରଂଜିତ କୁମାର ମହାନ୍ତି ରଂଜିତ କୁମାର ପଣ୍ଡା ଅରୁଣ ସୋନୁ ସଂଜୀବ ବିନ୍ଧାଣି ପ୍ରମୁଖ ସାମିଲ ଥିଲେ ବାସ୍ତବ ଚିତ୍ର ପ୍ରତି ଫଳନ ହୋଇଥିବାରୁ ଏବେ ବହୁ ଦର୍ଶକ ଦେଖି ଜନାଦୃତ ହେବାରେ ଲାଗିଛି ।
ରିପୋର୍ଟ ସୁକାନ୍ତ କୁମାର ତ୍ରିପାଠୀ ।