Thursday, October 15, 2026
Home ଆଞ୍ଚଳିକ ଚିକିତ୍ସା ରେ ଅର୍ଥ ଶାଧିଛି ବାଧକ

ଚିକିତ୍ସା ରେ ଅର୍ଥ ଶାଧିଛି ବାଧକ

73

ବାଲିଗୁଡ଼ା ୩/୦୬ (ଜିଲ୍ଲା ଖବର) : ବାଲିସୁଗା ଗ୍ରାମର ଆଦିବାସୀ ପରିବାରର ନରସିଂହ ମଳିକ | ନରସିଂହ ମଲ୍ଲିକ ଜଣେ ଗରିବ ଦିନ ମଜୁରୀଆ ଓ କୁଲି ମଜୁରୀ କରି ପରିବାର ଚଳାନ୍ତି | ବାଲିଗୁଡା ବ୍ଲକ ବୁଡୁରିକିଆ ପଞ୍ଚଯାତ ର ନରସିଂହ ମଳିକ ଙ୍କ 10 ବର୍ଷର ପୁଅ ସଂଗ୍ରାମ ର ପାଟି ରେ ବଡ ଧରଣ ର ଗୁଳା ଟିଏ ହୋଇଛି ଯାହା ଦ୍ୱରା କି ଖାଇବାରେ କଷ୍ଟ ଅନୁଭବ କରୁଛି | ପିଲା ଟି ଷଷ୍ଠ ଶ୍ରେଣୀରେ ଅଧୟନ କରୁଥିବା ବେଳେ ରୋଗ ଯୋଗୁଁ ଭଲଭାବେ କଥା କହି ପାରୁନି ଫଳରେ ପାଠ ପରିବାରର ପଢ଼ାରେ ଡୋରି ବନ୍ଧାହୋଇଛି | ଗୋଟିଏ ପଟେ ପରିବାର ର ବୋଝ ଓ ଅନ୍ୟ ଗୋଟିଏ ପଟେ ପୁଅର ରୋଗ ରେ ସେ ଭାଙ୍ଗି ପଡିଛନ୍ତି | ସେ ଗରିବ ପରିବାର ଚିକିତ୍ସା ପାଇଁ ବାଲିଗୁଡା ମେଡିକାଲ ରୁ ଆରମ୍ଭ କରି ଫୁଲବାଣୀ ମେଡିକାଲ ଯାଇ ମେଡ଼ିସିନ ଖାଇଲେ ମଧ୍ୟ ଗୁଳା କମୁନି ଡ଼କ୍ଟର ତାଙ୍କୁ ବଡ଼ ମେଡିକାଲ ରେ ଚିକିତ୍ସା ପାଇଁ ପରାମର୍ଶ ଦେଇଛନ୍ତି ହେଲେ ଅର୍ଥ ଅଭାବରୁ ବଡ ମେଡିକାଲ କୁ ଯିବା ତାଙ୍କ ପକ୍ଷରେ ଅସମ୍ଭବ ହୋଇଛି | ଏଇଥି ପାଇଁ ପିଲାର ଭବିଷ୍ୟତ ଅନ୍ଧାର ମଧ୍ୟକୁ ଠେଲିହୋଇ ଯାଇଛି ବୋଲି ତାଙ୍କ ବାପା ଦୁଃଖରେ କହିଛନ୍ତି ସେ ଜିଲ୍ଲା ପ୍ରଶାସନ ଙ୍କ ଆଗରେ ଅନୁରୋଧ କରୁଛନ୍ତି ଯେ ତାଙ୍କର ପୁଅର ଯଦି ଭଲ ଭାବରେ ଚିକିତ୍ସା ହୋଇ ପାରିବ ସେ ଭଲ ହୋଇଯିବ l ନରସିଂହ ମଳିକ ପ୍ରଶାସନର ସହାୟତାକୁ ଅନାଇ ବସିଛନ୍ତି |

ରିପୋର୍ଟ ସୁକାନ୍ତ କୁମାର ତ୍ରିପାଠୀ