
ଛତ୍ରପୁର ୨/୬: (ଜିଲ୍ଲା ଖବର) : ଜିଲ୍ଲା କୁ ପ୍ରବାସୀ ଓଡ଼ିଆ ମାନେ ଆସିଲା ପରେ ସେମାନଙ୍କୁ ବିଭିନ୍ନ ସଙ୍ଗରୋଧ ଗୃହ ରେ ରଖାଯାଇଥିଲା l ସେଥିରୁ କରୋନା ପଜିଟିଭ କେସ ବାହାରୁଛି l ଭୟ କରିବା ର ନାହିଁ ଜିଲ୍ଲାରେ ସଙ୍ଗରୋଧ କେନ୍ଦ୍ର ଗୁଡିକ ରେ ହିଁ ପଜିଟିଭ ବାହାରିଛି l ଆଜି ସୁଦ୍ଧା ଗୋଷ୍ଠୀ ସଂକ୍ରମଣ ଆଶଙ୍କା ନାହିଁ l ଜିଲାରେ ବହୁ କରୋନା ପଜିଟିଭ ମାନେ ସୁସ୍ଥ ହୋଇ ଘର କୁ ଫେରିଲେ ଣି l ଆକ୍ଟିଭ କରୋନା କେସ ସଂଖ୍ୟା ଶହେ ରୁ ତଳକୁ ଅଛି l ଜିଲ୍ଲାରେ ପୂର୍ଵ ରୁ ଘର କୁ ଘର ଯାଇ ସମସ୍ତଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରାଯାଇଛି l ଏହାସହ ଏହି କାର୍ଯ୍ୟକ୍ରମ ଚାଲୁ ରହିଛି l ବର୍ତ୍ତମାନ କିଛି ଦିନ ହେଲା ଆମ ସ୍ୱାସ୍ଥ୍ୟ ଆମ ଦାୟିତ୍ୱ ଆରମ୍ଭ ହୋଇଛି l ଜିଲ୍ଲା ଓ ବ୍ଲକ ସ୍ତରରେ ତାଲିମ ଶେଷ ହୋଇଛି l ଏବେ ଗ୍ରାମଞ୍ଚଳ ରେ ଆରମ୍ଭ ହେବ l ଏମାନେ ତାଲିମ ପାଇଲେ ଲୋକଙ୍କୁ ସଚେତନ କରିବେ l ଜିଲାରେ ପ୍ରଥମ ଓ ଦ୍ୱତୀୟ ପର୍ଯ୍ୟାୟ ରେ 40ହଜାର ଜଣ ତାଲିମ ନେବେ l କରୋନା ସଂକ୍ରମଣକୁ ସମ୍ପୂର୍ଣ୍ଣ ପ୍ରତିହତ କରାଯିବ । ଜୁନ୍ ମାସ କୁ ଅଧିକ ଗୁରୁତ୍ୱ ଦିଆଯାଇଛି l ଏହା ଅତ୍ୟଧିକ କଟକଣା ବଳବତ୍ତର ରହିବ । ବିନା ମାସ୍କ ରେ ବାହାରେ ବୁଲିଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ । ସବୁ ଦୋକାନୀ ଗରାଖଙ୍କର ବିବରଣୀ ଲିପିବଦ୍ଧ କରିବେ । ଦୋକାନରେ ସାମାଜିକ ଦୂରତ୍ବ ରହିବ । ଦୋକାନ ଆଗରେ ଗରାଖ ପାଇଁ ଗୋଲେଇ ଚିହ୍ନ ରହିବ । ଦୋକାନୀ ହ୍ୟାଣ୍ଡ ଗ୍ଳୋବ୍, ସାନିଟାଇଜର୍ ବ୍ୟବହାର କରିବେ । ଅବମାନନା କଲେ ଜୁନ୍ ମାସ ସାରା ଦୋକାନକୁ ତାଲା ପକାଇ ଦିଆଯିବ ବୋଲି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଛତ୍ରପୁର ଠାରେ ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇଛନ୍ତି । ଗଞ୍ଜାମ ପାଇଁ ଜୁନ୍ ମାସ ଘଡିସନ୍ଧିର ସମୟ । ସନ୍ଧ୍ୟା ୭ ରୁ ସକାଳ ୭ ପର୍ଯ୍ୟନ୍ତ ବାହାରକୁ ବାହାରିବା ନିଷେଧ । ଶନିବାର, ରବିବାର ଜରୁରୀ ସ୍ବାସ୍ଥ୍ୟ ସେବା ବ୍ୟତୀତ କେହି ବି ବାହାରକୁ ବାହାରିବେ ନାହିଁ । ବାହାରିଲେ ବନ୍ଧା ହେବେ । ଗାଡି ମଟର ରାସ୍ତାରେ ଗଡିବ ନାହିଁ । ପୂର୍ବରୁ ସମସ୍ତ ଆବଶ୍ୟକୀୟ ସାମଗ୍ରୀ ସଂଗ୍ରହ କରି ରଖିବାକୁ ଜିଲ୍ଲାପାଳ ସମସ୍ତ ଜିଲ୍ଲାବାସୀଙ୍କୁ ଅନୁରୋଧ କରିଛନ୍ତି । ଲୋକମାନେ ନିଜ ଘରେ ସଫଳତାର ସହିତ କ୍ବାରେଣ୍ଟାଇନ୍ କଲେ ତାଙ୍କୁ ନିର୍ଦ୍ଧାରିତ ଅର୍ଥ ମିଳିବା ସହିତ ସାବାସୀ ପ୍ରଦାନ କରାଯିବ । ଅମାନ୍ୟ କଲେ ଦୃଢ କାର୍ଯ୍ୟାନୁଷ୍ଠାନ । ବର୍ତମାନ ଜିଲାରେ ପ୍ରାୟ 70 ହଜାର ଜଣ ହୋମ କ୍ବାରେଣ୍ଟାଇନ୍ ରହିଛନ୍ତି l ଯେଉଁ ମାନେ ଅବହେଳା କରନ୍ତି ନଜର କୁ ଆସିଲେ ଅଂଚଳବାସୀ ମାନେ ଅଂଚଳର ସରପଞ୍ଚ ଓ ବିଡ଼ିଓ ଙ୍କୁ ତୁରନ୍ତ ଜଣାଇପାରିବେ l ସେମାନଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ହେବ l ଆଗାମୀ ଦିନରେ ଜିଲ୍ଲାରେ ଏକଲକ୍ଷରୁ ଅଧିକ ଲୋକ ହୋମ୍ କ୍ବାରେଣ୍ଟାଇନ୍ ରେ ରହିବାକୁ ଥିବାରୁ ସେଥିପ୍ରତି କର୍ମଚାରୀ ମାନେ ଅଧିକ ସଜାଗ ରହିବାକୁ ଜିଲ୍ଲାପାଳ କହିଛନ୍ତି । ଯେଉଁ ଅଞ୍ଚଳରେ ଅଧିକ ଲୋକ କ୍ବାରେଣ୍ଟାଇନ୍ ରେ ଥିବେ ସେମାନଙ୍କ ସହିତ କୌଣସି ବାହାର ଲୋକ ମିଶି ପାରିବେ ନାହିଁ । ସେହି ଅଞ୍ଚଳର ସ୍ଥିତି ଲୋକଙ୍କୁ ସଚେତନ କରିବାପାଇଁ ଡାକବାଜି ଯନ୍ତ୍ର ଯୋଗେ ପ୍ରଚାର କରାଯିବ । ୬୦ ବର୍ଷରୁ ଉର୍ଦ୍ଧ୍ବ ଲୋକମାନଙ୍କୁ ବାହାରେ ବୁଲିବା ନିଷେଧ କରାଯାଇଛି । ଅମାନ୍ୟ କଲେ କ୍ବାରେଣ୍ଟାଇନ୍ ରେ ରଖାଯିବ । କରୋନା ହଟସ୍ପଟରୁ କେହିବି ଆସିଲେ ତାଙ୍କୁ ଅବିଳମ୍ବେ କ୍ବାରେଣ୍ଟାଇନ୍ କରାଯିବ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଗାଇଡ଼ ଲାଇନ ଅନୁସାରେ ଜିଲ୍ଲାରେ କାର୍ଯ୍ୟ କରାଯାଉଛି l ଯେଉଁଠାରେ ଅଧିକ ଜନ ଗହଳି ହେଉଥିବ ସେଠାରୁ ସନ୍ଦେହ ହେଉଥିବା ଲୋକଙ୍କ ସ୍ବାବ ପରୀକ୍ଷା ହେବାପାଇଁ ପଠାଯିବ । ସମସ୍ତ କଟକଣାରୁ କୃଷିକାର୍ଯ୍ୟକୁ ବାଦ୍ ଦିଆଯାଇଛି । ସାମାଜିକ ଦୂରତା ରକ୍ଷା କରି ଜୀବନ ଜୀବିକା ଉତ୍ପାଦନ କାର୍ଯ୍ୟ କରି ପାରିବେ l ଆଜି ସୁଦ୍ଧା ଜିଲାରେ ଗୋଷ୍ଠୀ ସଂକ୍ରମଣ ହୋଇ ନାହିଁ l ଯାହା ସବୁ କରୋନା ପଜିଟିଭ ଟିଏମସି ଭିତରୁ ବାହାରିଛି l ପ୍ରବାସୀ ଓଡ଼ିଆ ମାନେ ଜିଲ୍ଲା କୁ ଆସିଲା ପରେ ହିଁ କରୋନା ପଜିଟିଭ ବାହାରିଥିଲା l ଜିଲାରେ ପ୍ରାୟ 3ହଜାର ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ରହିଛି l କେନ୍ଦ୍ର ଗୁଡିକ ରେ ସରପଞ୍ଚ ଓ ବିଡ଼ିଓ ମାନେ ସୂଚାରୁ ରୂପେ ତୁଲାଇଥିବା ରୁ ଉଭୟ ଟିମ କୁ ଜିଲ୍ଲାପାଳ ପ୍ରଂଶସା କରିଛନ୍ତି l ଏହା ସହ ଗଣମାଧ୍ୟମ ବ୍ୟକ୍ତି ମାନଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି l ଏବେ ଆମେ ମାନେ ସାମାଜିକ ଦୂରତା ରହି କରୋନା ଚେନ କୁ ଭାଙ୍ଗିବାକୁ ପଡିବ l ଆବଶ୍ୟକ ନଥିଲେ ଘରୁ ବାହାରନ୍ତୁ ନାହିଁ ସମସ୍ତେ ମାସ୍କ ବ୍ୟବହାର କରନ୍ତୁ ଏହା ସହ କରୋନା ଚେନ ଭାଙ୍ଗିବା ରେ ସାମିଲ ହୁଅନ୍ତୁ ବୋଲି ଜିଲ୍ଲାପାଳ କହିଛନ୍ତି ।
ଅଶୋକ ବେହେରା


