
ବାଲିଗୁଡ଼ା ୨/୬ (ଜିଲ୍ଲା ଖବର) : କନ୍ଧମାଳ ଜିଲ୍ଲାର ଜଣେ ବରିଷ୍ଠ ସ୍ୱେଚ୍ଛାସେବୀ ଜମଜ ପରିଛାଙ୍କର ଆଜି ବିୟୋଗ ଘଟିଥିବା ବେଳେ ଏହାକୁନେଇ ସମଗ୍ର ଜିଲ୍ଲାରେ ଶୋକର ଛାୟା ଖେଳି ଯାଇଛି। ଦୀର୍ଘ ୨୫ ବର୍ଷ ଧରି ବାଲିଗୁଡ଼ାରେ ଗ୍ରାମ୍ୟ ପ୍ରଗତି ନାମକେର ଏକ ସାମାଜିକ ଅନୁଷ୍ଠାନ କରି ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟରେ ନିଜକୁ ସାମିଲ୍ କରିଥିଲେ। ସେ ଫୁଲବାଣୀ ସ୍ୱେଚ୍ଛାସେବୀ ମହାସଂଘର ଜଣେ ବରିଷ୍ଠ ସଭ୍ୟ ଭାବେ ବେଶ୍ ପରିଚିିତ | ପ୍ରଗତି ଅନୁଷ୍ଠାନର ସଂପାଦକ ସ୍ୱର୍ଗତ ପରିଛା ଗତ ୩୦ ତାରିଖ ଦିନ ସନ୍ଧ୍ୟାରେ ନିଜର ମଟର ସାଇକେଲରେ ରାଇକିଆରୁ ବାଲିଗୁଡ଼ା ନିଜ ଘରକୁ ଫେରୁଥିବା ବେଳେ କ.ନୂଆଗାଁ ଠାରେ ଏକ ଦୁର୍ଘଟଣା ହୋଇଥିଲା। ତାଙ୍କୁ ପ୍ରଥମେ କ.ନୂଆଗାଁ ଓ ପରେ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା। ଅଧିକ ଚିକିତ୍ସା ପାଇଁ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତରିତ କରାଯାଇଥିଲା। ତାଙ୍କର ମସ୍ତିଷ୍କରେ ମାଡ଼ ହୋଇଥିବା ଯୋଗୁଁ ୩୧ ତାରିଖ ଦିନ ତାଙ୍କର ଅପରେସନ କରାଯାଇଥିଲେ ମଧ୍ୟ ଆଜି ଦିନ ପ୍ରାୟ ୧୧ଟା ସମୟରେ ଭୁବନେଶ୍ୱର ରେ ତାଙ୍କର ପ୍ରାଣ ବାୟୁ ଉଡ଼ିଯାଇଥିଲା ।
ରିପୋର୍ଟ ସୁକାନ୍ତ କୁମାର ତ୍ରିପାଠୀ



