
ବାଲିଗୁଡ଼ା ୦୨/୬ (ଜିଲ୍ଲା ଖବର) : ସାରା ଦେଶରେ କରୋନା ମହାମାରୀ ଲାଗିରହିଥିଲା ବେଳେ କନ୍ଧମାଳ ଜିଲ୍ଲା ର ବିଭିନ୍ନ ସ୍ଥାନରେ ଦିନକୁ ଦିନ ମଦ ଚୋରା ଚାଲାଣ ବୃଦ୍ଧି ପାଇବାରେ ଲାଗିଛି ଏହାକୁ ଆଖିଆଗରେ ରଖି କନ୍ଧମାଳ ପୋଲିସ ମଧ୍ୟ ସଜାଗ ରହିଛି | ବେଆଇନ୍ ମଦ କାରବାର କରି ଅଧିକ ଲାଭ ଉଠାଇବାକୁ ଲାଗିପଡିଛନ୍ତି ଚୋରା ମଦ ବେପାରୀ ।ଏଭଳି ପରିସ୍ଥିତିରେ ବାଲିଗୁଡ଼ା ପୋଲିସ ତତ୍ପର ହୋଇ ଲଣ୍ଡାଗାଁ ଅଞ୍ଚଳରେ ମହୁଲି ମଦ ଚୋରାଚାଲାଣ ଚାଲିଥିବା ବେଳେ ଚଢ଼ାଉ କରି ୮୦ ଲିଟର ମହୁଲି ମଦ ଜବତ କରିବାସହ କେଶ ନମ୍ବର 106,107/20 ରେ ମାମଲା ରୁଜୁ କରି ଦୁଇଜଣଙ୍କୁ କୋର୍ଟ ଚାଲାଣ କରିଛି | ଗିରଫ ଦୁଇଜଣ ବାଲିଗୁଡ଼ା ଥାନା ଅନାଗୁଳ ଅଞ୍ଚଳର ସୁସିଲ କୋଣ୍ଡା ଓ ବୌଦ୍ଧ ଜିଲ୍ଲା ଘଣ୍ଟାପଡ଼ା ଅଞ୍ଚଳର ପୁର୍ଣ୍ଣ ବାଗ୍ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି । ସେପଟେ ଏହି ଅଭିଯାନ ଆଗକୁ ମଧ୍ୟ ଜାରିରହିବ ଏବଂ ଏଭଳି ଲୋକମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ବାଲିଗୁଡ଼ା ଆଇଆଇସି ପ୍ରଶାନ୍ତ କୁମାର ବେହେରା ।
ରିପୋର୍ଟ ସୁକାନ୍ତ କୁମାର ତ୍ରିପାଠୀ ।



