Friday, November 13, 2026
Home ଆଞ୍ଚଳିକ ଅସରାଏ ବର୍ଷାରେ ଜନସାଧାରଣ ହନସନ୍ତ

ଅସରାଏ ବର୍ଷାରେ ଜନସାଧାରଣ ହନସନ୍ତ

119

ହିଞ୍ଜିଳିକାଟୁ ୨/୬ (ଜିଲ୍ଲା ଖବର) : କେନ୍ଦ୍ର ଓ ରାଜ୍ୟ ସରକାର ରାସ୍ତା ଘାଟ ନିର୍ମାଣ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ କିନ୍ତୁ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ରାଳବ ଗ୍ରାମର ସୁନାରି ସାହିରେ।ଅସରାଏ ବର୍ଷାରେ ରାସ୍ତାରେ ଆଣ୍ଠୁଏ ପାଣି ଜମି ରହିଥିବାରୁ ଯାତାୟତରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଗ୍ରାମବାସୀ।ଉକ୍ତ ସାହିର ରାସ୍ତାଟି ଦ୍ରୀଘ 22 ବର୍ଷ ହେବ ପ୍ରତିଷ୍ଠା ହୋଇ ନଥିବାରୁ ସାମାନ୍ୟ ବର୍ଷା ରେ ପାଣି ଜମି ରହୁଥିବା ଅଭିଯୋଗ କରିଛନ୍ତି।ଏହି ବିଷୟରେ ସରପଞ୍ଚ ଙ୍କୁ ବାରମ୍ବାର ଜଣାଇବା ସ୍ଵେତେ ନଜାଣିଲା ଭଳି ଅଭିନୟ କରିବାର କାରଣ କଣ ହୋଇ ପରେ?ଏଠି ପ୍ରଶ୍ନ ଉଠୁଛି ଦ୍ରୀଘ 22ବର୍ଷରେ କିପରି ରାସ୍ତାଟି ଥରୁଟିଏ ବି ନିର୍ମାଣ ହୋଇନି।ନା ଏହି ରାସ୍ତା ନାମରେ ଜାଲିଆତି ବିଲ୍ ପାସ୍ କରି ଟଙ୍କା କୁ ହଡ଼ପ କରିଦେଇଛନ୍ତି ତାହା ଏବେ ସନ୍ଦେହ ଘେରରେ।ଏହାର ସତ୍ୟା ସତ୍ୟ ତଦନ୍ତ କରିବା ସହ ବର୍ଷା ଦିନ ଆଘରୁ ଏହି ରାସ୍ତା ଟିକୁ ନିର୍ମାଣ କରିବା ପାଇଁ ଅଭିଯୋଗ କରିଛନ୍ତି ଗ୍ରାମବାସୀ।ଯଦି ଏହାର ପ୍ରତିକାର ଶୀଘ୍ର ନହୁଏ ତାହାଲେ ଆଗାମୀ ଦିନରେ ରାସ୍ତା ରୋକ କରିବେ ବୋଲି ଚେତାବନୀ ଦେଇଛନ୍ତି।