Wednesday, October 14, 2026
Home ଆଞ୍ଚଳିକ କନ୍ଧମାଳ ଜିଲ୍ଲାରେ ଗତକାଲି ପୁଣି ୯ ଜଣ କରୋନା ପଜିଟିଭ୍ ଚିହ୍ନଟ

କନ୍ଧମାଳ ଜିଲ୍ଲାରେ ଗତକାଲି ପୁଣି ୯ ଜଣ କରୋନା ପଜିଟିଭ୍ ଚିହ୍ନଟ

70

ବାଲିଗୁଡ଼ା ୦୧/୦୬ (ଜିଲ୍ଲା ଖବର) : କନ୍ଧମାଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୨ରେ ପହଞ୍ଚିଛି। ଗତକାଲି ଯେଉଁ ୯ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ସେମାନ ବିଭିନ୍ନ ରାଜ୍ୟରୁ ଫେରିଥିବା ବେଳେ ସେମାନଙ୍କର ବୟସ ୧୭ ବର୍ଷ ଠାରୁ ୩୧ବର୍ଷ ଭିତରେ ଥିବାର ଜଣାଯାଇଛି | ସେମାନଙ୍କୁ ଅସ୍ଥାୟୀ ସଙ୍ଗରୋଧ କେନ୍ଦ୍ରରେ ରଖାଯାଇଥିଲା। ସେମାନଙ୍କଠାରୁ ସ୍ୱାବ୍‌ ସଂଗ୍ରହ କରାଯାଇଥିବା ବେଳେ ଗତକାଲି ତାଙ୍କ ରିପୋର୍ଟ ପଜିଟିଭ ଆସିଛି। ସେମାନଙ୍କୁ ଭୁବନେଶ୍ୱର ସ୍ଥିତ କିମ୍ସ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଜିଲ୍ଲାରୁ ୩ ଜଣ ସୁସ୍ଥ ହୋଇ ଫେରିଥିବା ବେଳେ ବର୍ତ୍ତମାନ ଜିଲ୍ଲାର ୧୯ଜଣ ଚିକିତ୍ସାଧୀନ ଅଛନ୍ତି। ଏହା ଭାରପ୍ରାପ୍ତ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କନ୍ଧମାଳ ଫୁଲବାଣୀ ପ୍ରେସ ଇସ୍ତାହାର ୦୧.୦୬.୨୦୨୦ ତାରିଖରେ ପ୍ରକାଶ ପାଇଛି |

ରିପୋର୍ଟ ସୁକାନ୍ତ କୁମାର ତ୍ରିପାଠୀ ।