Wednesday, October 14, 2026
Home ଆଞ୍ଚଳିକ ବାଲିଗୁଡା ଶ୍ରୀ ସତ୍ୟ ସାଇ ସେବା ସମିତି ତରଫରୁ ଗରିବଙ୍କ ପାଇଁ ଅମୃତ କଳସ...

ବାଲିଗୁଡା ଶ୍ରୀ ସତ୍ୟ ସାଇ ସେବା ସମିତି ତରଫରୁ ଗରିବଙ୍କ ପାଇଁ ଅମୃତ କଳସ କାର୍ଯ୍ୟକ୍ରମ

94

ବାଲିଗୁଡ଼ା ୩୧/୫ (ଜିଲ୍ଲା ଖବର) : କୋଭିଡ-୧୯ ପ୍ରଭାବରେ ସମାଜର ବହୁ ବର୍ଗର ଲୋକମାନେ ପ୍ରଭାବିତ ହୋଇଛନ୍ତି ।ସବୁଠାରୁ ଅଧିକ ପ୍ରଭାବିତ ହୋଇଛନ୍ତି ଗରିବ ଖଟିଖିଆ ବର୍ଗର ଲୋକମାନେ। ଏହି ଘଡିସନ୍ଧି ମୁହୁର୍ତ୍ତରେ ଗରିବ ମାନଙ୍କୁ ସହାୟତା କରିବା ପାଇଁ ଆଗକୁ ଆସିଛନ୍ତି ବହୁ ସାମାଜିକ ଅନୁଷ୍ଠାନ । ଆଜି ବାଲିଗୁଡା ଶ୍ରୀ ସତ୍ୟ ସାଇ ସେବା ସଙ୍ଗଠନ ତରଫରୁ ବାଲିଗୁଡା ଅଞ୍ଚଳରେ ଅତ୍ୟନ୍ତ ଗରିବ ଶ୍ରେଣୀର ପରିବାର ପାଇଁ ଅମୃତ କଳସ କାର୍ଯ୍ୟକ୍ରମ ଜରିଆରେ ଖାଦ୍ୟ ସାମଗ୍ରୀ ବଣ୍ଟନ କରାଯାଇଛି ।ସତ୍ୟସାଇ ସେବା ସମିତିର ସଦସ୍ୟ ମାନେ ସେମାନଙ୍କ ପରିବାରକୁ କରୋନା ସମ୍ପର୍କିତ ସଚେତନ କରାଇବା ସହ ଏକ ମାସ ଚଳିବା ପାଇଁ ଡାଲି,ଚିନି,ଛତୁଆ,ଲୁଣ, ଅଟା,ମସଲା ସାମଗ୍ରୀ,ତେଲ,ଆଳୁ,ପିଆଜ,ଚୁଡା,ସାବୁନ, ସର୍ଫ ଏବଂ ମାସ୍କ ପ୍ରଦାନ କରାଯାଇଛି । ଶ୍ରୀ ସତ୍ୟ ସାଇ ସେବା ସଙ୍ଗଠନ ର ସକ୍ରିୟ ସେବା ଦଳ କର୍ମୀ ଙ୍କ ଦ୍ୱାରା ଅମୃତ କଳସ କାର୍ଯ୍ୟକ୍ରମ ପ୍ରଥମ ଥର 10 ଗୋଟି, ଦ୍ୱତୀୟ ଥର 10 ଗୋଟି, ତୃତୀୟ ଥର 6 ଗୋଟି, ଏବଂ ଆଜି ଅର୍ଥାତ 5 ଗୋଟି ଗତ ଶୁକ୍ରବାର ଠାରୁ ଆଜି ପର୍ଯନ୍ତ ମୋଟରେ 31ଗୋଟି ଅମୃତ କଳସ ଅଭାବ ଅନାଟନ ରେ ସଢୁ ଥିବା ବ୍ୟକ୍ତି ବିଶେଷଙ୍କୁ ପ୍ରଦାନ କରାଯାଇ ଥିଲା | ଏହି ଅମୃତ କଳସ ପକେଟ ଗୁଡିକ ବାଲିଗୁଡା ସତ୍ୟ ସାଇ ସେବା ସମିତି ଅନୁକୂଲ୍ୟରେ ବାଲିଗୁଡା ର ବିଭିର୍ଣ୍ଣ ସାହି ରେ ଥିବା ଅଭାବୀ ଲୋକଙ୍କୁ ଏବଂ ପୋଷ୍ୟଗ୍ରାମ ବିରାଗୁଡା ଓ ବଡ଼ଗାଁ ରେ ମଧ୍ୟ ବଣ୍ଟନ କରାଯାଇ ଥିଲା | ଏହି କାର୍ଯ୍ୟକ୍ରମ ଆଗକୁ ଚାଲୁ ରହିବ ବୋଲି ସତ୍ୟସାଇ ସଂଗଠନ ର ଜିଲ୍ଲା ସଭାପତି ପ୍ରକାଶ କରିଥିଲେ | ଏହିପରି କାର୍ଯ୍ୟକ୍ରମ ସତ୍ୟ ସାଇ ସଂଘଠନ ସେବା ସମିତି ଫୁଲବାଣୀ, ଜି. ଉଦୟଗିରି, ରାଇକିଆ ସେବା ସମିତି, ଏବଂ ଦାରିଂବାଡ଼ି, କୋଟଗଡ ଏବଂ ଅନ୍ୟାନ୍ୟ ସତ୍ୟସାଇ ସେବା ସଂଘଠନ ତରଫରୁ ମଧ୍ୟ ଏହି ଅମୃତ କଳସ ପ୍ରଦାନ କାର୍ଯ୍ୟକ୍ରମ ଚାଲୁ ରହିଥିବାର ଫୁଲବାଣୀ ଜିଲ୍ଲା ସଂଙ୍ଗଠନ ସଭାପତି ଶ୍ରୀ ମଧୁସୂଦନ ମହାପାତ୍ର ପ୍ରକାଶ କରିଛନ୍ତି |

ରିପୋର୍ଟ ସୁକାନ୍ତ କୁମାର ତ୍ରିପାଠୀ ।