ବାଲିଗୁଡ଼ା ୩୧/୫ (ଜିଲ୍ଲା ଖବର) : କରୋନା ଭାଇରସ୍ ମୁକାବିଲା ପାଇଁ ସାରା ଦେଶରେ ପୁଣି ଥରେ ଲକଡାଉନ ଲାଗୁ କରାଯାଇଛି । ଦେଶରେ ୧ ଜୁନରୁ ୩୦ ଜୁନ ପର୍ଯ୍ୟନ୍ତ ଲାଗୁ ରହିବ | ସରକାରୀ ଗାଇଡଲାଇନ ଅନୁସାରେ ସାରା ଦେଶରେ ରାତ୍ରିକାଳୀନ କର୍ଫ୍ୟୁ ଜାରି ରହିବ। ରାତ୍ରି ୯ଟାରୁ ଭୋର ୫ଟା ଯାଏଁ ନାଇଟ୍ କର୍ଫ୍ୟୁ ଜାରି ରହିବ | ଅଞ୍ଚଳ ବାହାରେ ପର୍ଯ୍ୟାୟକ୍ରମେ କୋହଳ ମିଳିବ । ସମୟରେ ପୂର୍ବପରି ସମସ୍ତ ଗତିବିଧି ଉପରେ କଟକଣା ଲାଗିବ । କେବଳ ଜରୁରିକାଳୀନ ସେବାକୁ ଏଥିରୁ ବାଦ ଦିଆଯିବ । ଏହି ସମୟ ମଧ୍ୟରେ କେହି ବାହାରକୁ ବାହାରି ପାରିବେ ନାହିଁ । ସେହିପରି ଗାଡି ଚଳାଚଳ ଉପରେ ମଧ୍ୟ ରୋକ ଲାଗିବ |କିନ୍ତୁ କଣ୍ଟେନମେଣ୍ଟ ଜୋନ୍ ଅଂଚଳରେ ଲକଡାଉନ୍ ଜାରି ରହିବ | ମାଲ ପରିବହନରେ ନିୟୋଜିତ ଥିବା ଗାଡି ଚଳାଚଳ କରିପାରିବ। ସ୍ଥାନୀୟ ପ୍ରଶାସନ ପକ୍ଷରୁ ଏହାର କଡା ନଜର ରଖାଯିବ। ଏହାସହ ୧୪୪ ଧାରା ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ଦିଆଯାଇଛି । ଏହା ସହିତ ୮ ଜୁନରୁ ସର୍ତ୍ତମୂଳକ ଭାବେ ସବୁଧାର୍ମିକ ସ୍ଥଳ ଖୋଲିବ। ଅନଲକ୍-୧ ପାଇଁ କେନ୍ଦ୍ର ଗୃହମନ୍ତ୍ରାଳୟ ପକ୍ଷରୁ ଗାଇଡଲାଇନ୍ ଜାରି ହୋଇଛି । ସେହିପରି ଜୁନ ୮ରୁ ଶିଳ୍ପ ସଂସ୍ଥା ଓ ହୋଟେଲ, ସପିଂ ମଲ, ରେଷ୍ଟୁରାଣ୍ଟ ଖୋଲିବ। ଏହା ସହ ସିନେମା ହଲ, ଜିମ, ପାର୍କ, ମେଟ୍ରୋ ସେବା ବନ୍ଦ ରହିବ । ଜୁଲାଇ ମାସରେ ସ୍କୁଲ, କଲେଜ ଖୋଲିବା ନେଇ ରାଜ୍ୟ ସରକାରମାନେ ନିଷ୍ପତ୍ତି ନେବେ ।
ରିପୋର୍ଟ ସୁକାନ୍ତ କୁମାର ତ୍ରିପାଠୀ



